#କୋଭିଡ୍-୧୯: ତୁରନ୍ତ ତିଆରି ହେବ କରୋନା ଭ୍ୟାକ୍ସିନ

ହାଇଦ୍ରାବାଦ (ଓଟି): ଖୁବ୍‌ଶୀଘ୍ର ବାହାରିବ ଉପାୟ। ତିଆରି ହେବ କରୋନାକୁ ଭଲ କରିବା ପାଇଁ ଭ୍ୟାକ୍‌ସିନ୍। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଏଭଳି ଆଶା ପ୍ରକାଶ କରିଛି। ବାୟୋକେମିଷ୍ଟ୍ରି ବିଭାଗର ସ୍କୁଲ ଅଫ୍ ଲାଇଫ୍ ସାଇନ୍ସର ଡକ୍ଟର ସୀମା ମିଶ୍ର କରୋନା ଭାଇରସ୍ ଟିକା ପ୍ରସ୍ତୁତ ପାଇଁ ପରୀକ୍ଷା କରୁଛନ୍ତି। ସେ କହିଛନ୍ତି ଯେ ତୁରନ୍ତ କରୋନା ଭାଇରସ ପାଇଁ ଟିକା ବାହାର କରିବେ।

ସୂଚନା ଅନୁସାରେ ଟି-ସେଲ୍ ଏପିଟୋପ୍ ନାମକ ଏକ ସମ୍ଭାବ୍ୟ ଟିକା ଡିଜାଇନ୍ କରିଛନ୍ତି ସୀମା। ଏହା କରୋନା ଭାଇରସର ସମସ୍ତ ଗଠନମୂଳକ ଏବଂ ଅଣ-ଗଠନମୂଳକ ପ୍ରୋଟିନ୍‌ଗୁଡିକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଉଛି। ପରୀକ୍ଷାନିରୀକ୍ଷା ଚାଲିଥିବା ଏହି ଟିକା ଦ୍ୱାରା ଭାଇରାଲ୍ ପେପ୍ଟାଇଡଗୁଡିକରେ ଥିବା କୋଷଗୁଡ଼ିକ ନଷ୍ଟ ହୋଇଯିବ। ଏହି ନୂତନ ଉଦ୍‌ଭାବନ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। କମ୍ପ୍ୟୁଟେସନ୍ ସଫ୍ଟୱେର୍ ସହିତ ଶକ୍ତିଶାଳୀ ଇମ୍ୟୁନୋଫର୍ମଟିକ୍ ପଦ୍ଧତି ବ୍ୟବହାର କରି ଡକ୍ଟର ସମ୍ଭାବ୍ୟ ଏପିଟୋପ୍ସ ପ୍ରସ୍ତୁତ କରୁଛନ୍ତି ବୋଲି ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଧାରଣତଃ ଟିକା ଉଦ୍‌ଭାବନ ପାଇଁ ୧୫ ବର୍ଷ ଲାଗିଥାଏ କିନ୍ତୁ ଶକ୍ତିଶାଳୀ କମ୍ୟୁଟେସନଲ ଉପକରଣ ସାହାଯ୍ୟରେ ଏହି ଟିକା ଶୀଘ୍ର ତାଲିକାଭୁକ୍ତ ହୋଇପାରିବ। ଏଥିପାଇଁ କେବଳ ୧୦ ଦିନ ସମୟ ଲାଗିବ। ତେବେ ହ୍ୟୁମନ ସେଲ ଜୀବାଣୁକୁ ରୋକିବା ପାଇଁ କେତେ ପ୍ରଭାବଶାଳୀ ତାହା ସମ୍ଭାବ୍ୟ ଟିକାର ମାନ୍ୟତା ତାଲିକା ଉପରେ ନିର୍ଭର କରେ।

ଟିକା ସମ୍ବନ୍ଧରେ ଭାରତରେ ଏହା ହେଉଛି ପ୍ରଥମ ଅନୁସନ୍ଧାନ। ଫଳରେ ନୂଆ ଆଶା ସୃଷ୍ଟି ହୋଇଛି। କିନ୍ତୁ ସମ୍ପ୍ରତି ସାମାଜିକ ଦୂରତ୍ଵ ଆଉ ଆବଶ୍ୟକ ସତର୍କତା ହିଁ ସମ୍ପ୍ରତି ଶେଷ ଉପାୟ।

Leave a Reply

Your email address will not be published. Required fields are marked *