#ଲକ୍‌ଡାଉନ୍‌: ରାଜଧାନରେ ହୋମ୍ ଡେଲିଭରି ସୁବିଧା

ଭୁବନେଶ୍ୱର(ଓଟି): ଲକ୍‌ଡାଉନ୍‌ ପରିସ୍ଥିତି ଯୋଗୁ ସାଧାରଣ ଜନତା ଅନେକ ଜରୁରୀ ସେବା ପାଇବାରେ ସମସ୍ୟା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ୍‌ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଥିବାବେଳେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ଏଥିପାଇଁ ବିଏମ୍‌ସି ପକ୍ଷରୁ ମଲ୍‌ ଗୁଡ଼ିକର ଠିକଣା ଓ ଏହାର ମ୍ୟାନେଜରମାନଙ୍କ ଫୋନ୍‌ ନମ୍ବର ସହ ତାଲିକା ପ୍ରକାଶ କରାଯାଇଛି। ହ୍ୱାଟ୍ସଆପ୍‌ ନମ୍ବରରେ ଗ୍ରାହକମାନେ ସାମଗ୍ରୀ ଓ ପରିମାଣ ଅର୍ଡର କରିପାରିବେ। ସାମଗ୍ରୀ ପାଇବା ପରେ ଗ୍ରାହକ ପେମେଣ୍ଟ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ତାଲିକା ଦେଖନ୍ତୁ:

ସେହିପରି ସାମାଜିକ ଦୂରତା ବଜାୟ ରଖିବା ଓ ଦୋକାନଗୁଡ଼ିକରେ ଭିଡ଼ ସୃଷ୍ଟି ନକରିବା ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ କଟକ ଓ ଭୁବନେଶ୍ୱରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନର ଖୋଲିବା ସମୟ କଟକଣାକୁ ହଟାଇ ଦିଆଯାଇଛି। ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନଇେ ଟ୍ୱିଟ୍ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *