ଲୋକସେବା ଭବନରେ ହେବ ବଜେଟ୍ ଅଧିବେଶନ
ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ସବୁ କାର୍ଯ୍ୟକ୍ରମ ଏପଟସେପଟ ହେବାକୁ ବାଧ୍ୟ ହେଉଛି। ସୁରକ୍ଷା ଓ ସତର୍କ ଦୃଷ୍ଟିରୁ ସରକାର ଜନସାଧାରଣଙ୍କୁ ସଚେତନତା କରିବା ସହ ନିଜେ ଆବଶ୍ୟକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହିକ୍ରମରେ ବିଧାନସଭା ବଜେଟ୍ ଅଧିବେଶନ ଲୋକସେବା ଭବନରେ ବସିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ କରୋନା କାରଣରୁ ଲକ୍ଡାଉନ୍ ଘୋଷଣା ହୋଇଯାଇଛି। ସବୁଠି ସାମାଜିକ ଦୂରତ୍ଵ ବଜାୟ ରଖିବାକୁ କୁହାଯାଉଛି। ସେଦୃଷ୍ଟିରୁ ରାଜ୍ୟ ଲୋକସେବା ଭବନ କନଭେନସନ ହଲରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ ବୋଲି ଜଣାପଡ଼ିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସମ୍ପର୍କରେ କହିଛନ୍ତି ଯେ, ମାର୍ଚ୍ଚ ୩୦ରେ ଲୋକସଭା ଭବନରେ ବ୍ୟୟ ମଞ୍ଜୁରି ବିଲ ନେଇ ବିଧାନସଭା ବସିବ। ସେହିଦିନ ବାକି ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ଗିଲଟିନ ପାରିତ କରାଯିବ। ସବୁ ଦଳର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ରହିବେ ଏବଂ ସମସ୍ତେ ୨ ମିଟର ବ୍ୟବଧାନରେ ବସିବା ଭଳି ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି।