ଅଭିନେତ୍ରୀ ନିମି ଆଉ ନାହାନ୍ତି

ମୁମ୍ବାଇ(ଓଟି):ଖ୍ୟାତନାମା ଅଭିନେତ୍ରୀ ନିମି ଆଉ ନାହାନ୍ତି। କିଛି ମାସ ଧରି ଅସୁସ୍ଥ ଥିବା ୮୮ ବର୍ଷୀୟା ନିମି ମୁମ୍ବାଇର ସରଲା ନର୍ସିଂହୋମରେ ବୁଧବାର ସନ୍ଧ୍ୟା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ୧୬ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରିଥିବା ନିମିଙ୍କ ପାଇଁ ଏକଦା ନିର୍ମାତା ଓ ନିର୍ଦ୍ଦେଶକଙ୍କ ଲାଇନ୍‌ ଲାଗୁଥିଲା। ୧୯୪୯ରୁ ୧୯୬୫ ପର୍ଯ୍ୟନ୍ତ ସେ ସକ୍ରିୟ ଅଭିନୟ କରିଥିଲେ। ପ୍ରକୃତ ନାମ  ‘ନବାବ ବାନୋ’ ଥିବା ନିମି ଏସ୍ ଅଲ୍ଲୀ ରାଜାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୨୦୦୭ରେ ଦେହାନ୍ତ ହୋଇଥିଲା।

ନିମିଙ୍କୁ ରାଜ କପୁର ତାଙ୍କ ଚଳଚ୍ଚିତ୍ର ‘ବରସାତ୍’ରେ ବ୍ରେକ୍ ଦେଇଥିଲେ। ଏହି ଚଳଚ୍ଚିତ୍ର ହିଟ୍ ହେବା ପରେ ନିମି ଆଉ ପଛକୁ ଫେରିନଥିଲେ। ଅଫର୍‌ ପରେ ଅଫର୍‌ ଆସିଥିଲା। ଆନ୍, ଉଡନ ଖାଟୋଲା, ଭାଇ ଭାଇ, କୁନ୍ଦନ, ମେରେ ମେହବୁବ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ନିମି ବେଶ୍ ପ୍ରଶଂସା ସାଉଁଟିଥିଲେ। ସେହିପରି ଦିଲୀପ କୁମାରଙ୍କଠାରୁ ରାଜ କପୁର, ଅଶୋକ କୁମାର, ଧର୍ମେନ୍ଦ୍ରଙ୍କ ଭଳି ଅନେକ ଅଭିନେତା ତାଙ୍କ ସହ କାମ କରିବାକୁ ଉତ୍ସାହୀ ଥିଲେ। ନିମିଙ୍କ ବିୟୋଗରେ ବଲିଉଡ୍ ସମେତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *