କରୋନା କବଳରେ ପ୍ରିନ୍ସ ଚାର୍ଲସ
ନୂଆଦିଲ୍ଲୀ (ଓଟି): ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସଙ୍କୁ କରୋନା ସଂକ୍ରମିତ ହୋଇଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ବହୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଅନେକ ଭୟଭୀତ ହୋଇପଡ଼ିଛନ୍ତି। ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ କାମିଲାଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ଉଭୟ ସ୍କଟଲ୍ୟାଣ୍ଡରସ୍ଥିତ ବ୍ରିକହଲ ବାସଭନରେ ରହିଛନ୍ତି। ଏପରିକି ସେମାନଙ୍କ ସହ କାର୍ଯ୍ୟ କରୁଥିବା ୬ ଜଣ ଅଧିକାରୀଙ୍କୁ ମଧ୍ୟ ଆଇସୋଲେସନ କରାଯାଇଛି।
ରାଜ ପରିବାରର ମୁଖପାତ୍ରଙ୍କ ସୂଚନା ଅନୁସାରେ ପ୍ରିନ୍ସ ଚାର୍ଲସଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ଶରୀରରେ ସାମାନ୍ୟ ଧରଣର କରୋନା ଲକ୍ଷଣ ରହିଛି। ସେହିପରି ପ୍ରିନ୍ସ ଚାର୍ଲସଙ୍କ ପତ୍ନୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯାଇଥିବାବେଳେ ରିପୋର୍ଟ ନେଗେଟିଭ ଆସିଛି।