କରୋନା ମୁକାବିଲା: ଓଏମ୍‌ସି ଦେଲା ୫ଶହ କୋଟି, ଓଟିଡିସି ୫ ଲକ୍ଷ

ଭୁବନେଶ୍ୱର (ଓଟି): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କୁ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ସହୋଯାଗର ହାତ ଲମ୍ବୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମା ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ)କୁ ଦାନ କରିବା ସହ ଅନ୍ୟମାନେ ସହଯୋଗ କରନ୍ତୁ ବୋଲି ଅପିଲ କରିଥିଲେ। ଏହିକ୍ରମରେ ଓଡ଼ିଶା ମାଇନିଂ କର୍ପୋରେସନ୍(ଓଏମ୍‌ସି) ୫୦୦ କୋଟି ଟଙ୍କା ସହାୟତା ଦେଇଥିବାବେଳ ଗତ ଫେବ୍ରୁଆରୀରେ କର୍ପୋରେସନ୍‌ ପକ୍ଷରୁ ୧୦୦ କୋଟି ପ୍ରଦାନ କରାଯାଇଥିବା କୁହାଯାଇଛି।

ଅନୁରୂପ ଭାବେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ସହାୟତା ରାଶି ପ୍ରଦାନ କରିଛି। ଏହି ଅବସରରେ  ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓଡ଼ିଶାବାସୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖିବାକୁ ନିବେଦନ କରିଥିଲେ। ଏଥିସହ ମହାମାରୀ କରୋନାରୁ ନିଜେ ଓ ଆତ୍ମୀୟସ୍ୱଜନଙ୍କୁ ସୁରକ୍ଷା ଦେବା ପାଇଁ ଅନୁରୋଧ ଜଣାଇଥିଲେ।

Leave a Reply

Your email address will not be published.