ଚୀନ୍‌ରେ ଆଉ ଏକ ନୂଆ ଭାଇରସ୍‌: ହନ୍ତା ଭାଇରସରେ ୧ ମୃତ, ମୂଷାଠୁ ବ୍ୟାପୁଛି

ଭୁବନେଶ୍ଵର, (ଓଟି): ଚୀନ୍‌ ପୁଣିଏକ ନୂଆ ଭୁତାଣୁ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂୖା ଭୁତାଣୁର ନାଁ ରହିଛି ହନ୍ତା ଭାଇରସ୍‌। ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଚୀନର ୟୁନାନ୍‌ ରାଜ୍ୟର ବୋଲି ଚୀନରୁ ପ୍ରକାଶ ପାଉଥିବା ଗ୍ଲୋବାଲ୍‌ ଟାଇମ୍ସ ପ୍ରକାଶ କରିଛି। 

ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ନିଜ କାମ ସାରି ବସ୍‌ରେ ଫେରୁଥିଲେ। ତାଙ୍କର ଜ୍ବର ହେବା ସହ ମୁଣ୍ଡ ବିନ୍ଧା ହୋଇଥିଲା। ଏହା ପରେ ତାଙ୍କ ସାମ୍ପଲ୍‌ ପରୀକ୍ଷଣ କରାଯାଇ ହନ୍ତା ଭାଇରସ୍‌ ସଂକ୍ରମିତ ବୋଲି ଜଣାପଡ଼ିଥିଲା।  ଏହି ବସ୍‌ରେ ଆସୁଥିବା ଅନ୍ୟ ୩୨ ଜଣଙ୍କୁ ମଧ୍ୟ ସମ୍ପୃକ୍ତ ଟେଷ୍ଟ ପାଇଁ ଅଟକ ରଖାଯାଇଛି। 

କେମିତି ଜାଣିବେ?

ହନ୍ତା ଭାଇରସ୍‌ ସଂକ୍ରମଣ ଦ୍ଵାରା ବ୍ୟାପିଥାଏ। ଚୀନର ରୋଗ ନିୟନ୍ତ୍ରଣ ଓ ପ୍ରତିଶେଧକ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଭୁତାଣୁ ମୂଷା ଦ୍ଵାରା ବ୍ୟାପିଥାଏ। ଏବଂ ଲୋକଙ୍କ ଭିତରେ ଅନେକ ରୋଗ ସୃଷ୍ଟି କରିଥାଏ।  

ମୂଳତଃ ଏହି ରୋଗରେ ଫୁସ୍‌ଫୁସ୍‌ ରୋଗ ହେବାର ଆଶଙ୍କା ଥାଏ। ନିଃଶ୍ଵାସ ପଅଶ୍ଵାସ ନେଇପାରେ ନାହିଁ। ଏହାବାଦ୍‌ ଜ୍ବର ହେବା ଆଶଙ୍କା ଥାଏ। 

ଏହି ଭୁତାଣୁ ପବନ ଦ୍ଵାରା ସଂକ୍ରମଣ ହୁଏ ନାହିଁ। ଯେଉଁ ଲୋକମାନେ ମୂଷାଙ୍କ ସଂସ୍ପର୍ଶରେ ଆସନ୍ତି ସେମାନଙ୍କର ଏହି ରୋଗ ହେବା ଆଶଙ୍କା ରହିଛି। କିନ୍ତୁ ମୂଷା କାମୁଡ଼ିଲେ ଏହି ଭୁତାଣୁ ସଂକ୍ରମଣ ହୁଏ ନାହିଁ, ବରଂ ମୂଷାଙ୍କ ଝାଡ଼ା, ପରିଶ୍ରା ଏବଂ ଲାଳ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ଏହି ରୋଗ ବାପିବା ଆଶଙ୍କା ରହିଛି। 

 

 

Leave a Reply

Your email address will not be published.