ଗୋଦରେଜ୍ ବାଣ୍ଟିବ୧୦ ଲକ୍ଷ ହାଣ୍ଡ୍‌ୱାଶ୍‍, ସାନିଟାଇଜର୍‌ରେ ୬୬% ରିହାତି

ଭୁବନେଶ୍ୱର, (ଓଟି): ଗୋଦରେଜ୍ ପ୍ରୋଟେକ୍ଟ ତରଫରୁ “ପ୍ରୋଟେକ୍ଟ ଇଣ୍ଡିଆ ଅଭିଯାନ” ଆରମ୍ଭ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ କୋଭିଡ୍‍ ୧୯ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ୧୦ ଲକ୍ଷ ମିଷ୍ଟର ମ୍ୟାଜିକ ପାଉଡର-ଟୁ-ଲିକ୍ୱିଡ୍ ହାଣ୍ଡ୍‌ୱାଶ ବଂଟନ ଆରମ୍ଭ କରିଛି । ବୃହତ୍‍ ମୁମ୍ବାଇ ମୁନସିପାଲ କର୍ପୋରେସନ, ଥାନେ ମୁନିସପାଲ କର୍ପୋରେସନ ସହିତ କଂପାନୀ ଏଥିପାଇଁ ହାତ ମିଳାଇଛି ଏବଂ ମିଷ୍ଟର ମ୍ୟାଜିକ୍ ପ୍ୟାକେଟ୍ ଦାନ କରୁଛି । ମୁନିସିପାଲିଟି ଓ ପୌର ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଶ୍ରମିକମାନଙ୍କ ହାତର ସ୍ୱଚ୍ଛତା ପାଇଁ କଂପାନୀ ଏହି ହାଣ୍ଡ୍‌ୱାସ୍ ମାଗଣାରେ ପ୍ରଦାନ କରୁଛି ବୋଲି ଏକ ପ୍ରେସ୍‍ ବିଜ୍ଞପ୍ତିରେ ଜଚ୍ଚାଇଛି ।
ଏହି ପଦକ୍ଷେପ ସମ୍ପର୍କରେ ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଜିପିସିଏଲ୍‌)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ନିସାବା ଗୋଦରେଜ୍ କହିଛନ୍ତି ଯେ, “କରୋନା ବିଶ୍ୱ ମହାମାରୀକୁ ପ୍ରତିହତ କରିବା ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ଲୋକ, ସ୍ୱାସ୍ଥ୍ୟ କର୍ମୀ, ସରକାରୀ କର୍ମଚାରୀ ଏବଂ ସମସ୍ତଙ୍କ ସହିତ ଜିପିସିଏଲ୍ ଠିଆ ହୋଇଛି । କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ହାଣ୍ଡୱାସ୍ ବଂଟନ କରିବା ଲାଗି ସହଯୋଗିତା ପାଇଁ ଆମେ ବିଏମସି ଓ ଟିଏମସିକୁ ଧନ୍ୟବାଦ ଦେଉଛୁ । ସେମାନେ ଦାୟିତ୍ୱ ନିର୍ବାହ କରିବା ବେଳେ ସେମାନଙ୍କ ପାଖରେ ଓ ତାଙ୍କ ପରିବାରରେ ଆମେ ମିଷ୍ଟର ମ୍ୟାଜିକ୍ ହାଣ୍ଡ୍‌ୱାସ୍ ପହଂଚାଉଛୁ । ଆଗାମୀ ଦିନରେ ୧ ନିୟୁତ ମିଷ୍ଟର ମ୍ୟାଜିକ ହାଣ୍ଡୱାସ ପ୍ୟାକେଟ ବଂଟନ କରିବା ଲାଗି ଆମେ ବିଭିନ୍ନ ସରକାରୀ ସଂସ୍ଥା ଓ ସାମାଜିକ ସଂଗଠନ ସହିତ କାର୍ଯ୍ୟ କରିବୁ । ଆମ ନାଗରିକମାନଙ୍କ ଆବଶ୍ୟକତାକୁ ସହାୟତା ଦେବା ଲାଗି ଆମେ ଆମର ସମସ୍ତ ଶକ୍ତିକୁ ବ୍ୟବହାର କରୁଛୁ । ତେଣୁ, ସାର୍ବଜନୀନ ସ୍ୱାର୍ଥକୁ ଦୃଷ୍ଟିରେ ରକି ଏବଂ ସରକାରଙ୍କ ନିୟମ ଅନୁସାରେ, ଆମେ ହାଣ୍ଡ ସାନିଟାଇଜର୍ ମୂଲ୍ୟରେ ୬୬% ହ୍ରାସ କରିଛୁ । ଏହି ବିଶ୍ୱ ମହାମାରୀକୁ ପରାହତ କରିବା ଲାଗି ସବୁ ଭାରତୀୟଙ୍କୁ ସୁରକ୍ଷିତ ଓ ସୁସ୍ଥ ରଖିବା ନିମନ୍ତେ ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ।’’
ବରିଷ୍ଠ ନାଗରିକମାନଙ୍କୁ ସହାୟତା କରିବା ଲାଗି ଗୋଦରେଜ୍ ପ୍ରୋଟେକ୍ଟ ତରଫରୁ ବିଭିନ୍ନ ଏନଜିଓ ସହିତ ସହଯୋଗିତା ସ୍ଥାପନ କରି ମିଷ୍ଟର ମ୍ୟାଜିକ୍ ପ୍ୟାକେଟ୍ ପ୍ରଦାନ କରାଯାଉଥିବା ବେଳେ ଲୋକମାନଙ୍କୁ ହାତ ଧୁଆର ଗୁରୁତ୍ୱ ବିଷୟରେ ସଚେତନ କରାଯାଉଛି । ଦେଶର ଆବଶ୍ୟକତା ପୂରଣ କରିବା ଲାଗି କଂପାନି ତରଫରୁ ପ୍ରୋଟେକ୍ଟ ବର୍ଗର ହାଣ୍ଡ ୱାସ୍ ଓ ସାନିଟାଇଜର୍ ଉତ୍ପାଦନକୁ ବୃଦ୍ଧି କରାଯାଇଛି । ଦେଶର ବିଭିନ୍ନ ସ୍ଥାନକୁ ଷ୍ଟକ ପଠାଇବାରେ କଂପାନିର ଟିମ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *