#covid19: ଆକାଉଣ୍ଟକୁ ଆସିବ ନଗଦ ଟଙ୍କା, କମ୍ ସୁଧର ଋଣ; ଆଜି ହୋଇପାରେ ଘୋଷଣା

ଭୁବନେଶ୍ଵର, (ଓଟି): ସାରା ଦେଶରେ ପ୍ରଧାମନ୍ତ୍ରୀ ଆଜି ରାତି ୧୨ଟାରୁ ଲକ୍‌ଡାଉନ୍‌ ଆଦେଶ ଦେଇଛନ୍ତି। କେବଳ କିଛି ଜରୁରୀ ସେବା ବ୍ୟତୀତ ସମସ୍ତ କାରବାର ଏହି ସମୟରେ ବନ୍ଦ ରହିବ। ଲୋକଙ୍କୁ ଘରେ ବନ୍ଦୀ ହୋଇ ରହିବାକୁ ସରକାର ନିବେଦନ କରିଛନ୍ତି। କୋଭିଡ୍‌-୧୯ କରୋନା ସଂକ୍ରମଣରୁ ମୁକ୍ତି ପାଇବା ଲାଗି ଏହା ହିଁ ଏକମାତ୍ର ବାଟ ଭାବେ ଗ୍ରହଣ କରାଯାଉଛି। ତେବେ ଏହି ତାଲାବନ୍ଦୀ ହେତୁ ଜନଜୀବନ ବ୍ୟାହତ ହୋଇଛି। ଲୋକଙ୍କ ଅର୍ଥନୀତିକ ସ୍ଥିତି ସଂକଟକୁ ଚାଲି ଆସିଛି। କେନ୍ଦ୍ର ସରକାର ଏହାକୁ ଆଖିରେ ରଖି ଦିନ ମଜୁରିଆ ଓ ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଲାଗି ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିପାରନ୍ତି। ଅର୍ଥନୀତିକ ଗାଡ଼ିକୁ ନିରନ୍ତର କରିବା ପାଇଁ ଏହି ପ୍ରୟାସ ଜରୁରୀ ବୋଲି କୁହାଯାଉଛି। 

ମିଳିଥିବା ସୂଚନା ଅନୁସାରେ ସ୍ଵତନ୍ତ୍ର ଅର୍ଥିକ ସହା୍ରତା ପ୍ୟାକେଜ୍‌କୁ ଅର୍ଥମନ୍ତ୍ରଣାଳୟ ପ୍ରସ୍ତୁତ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ଆଜି ରାତିରେ ଘୋଷଣା କରିପାରନ୍ତି। ଏହି ପ୍ୟାକେଜ୍‌ ଅନୁସାରେ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବାର ବ୍ୟବସ୍ଥା ହୋଇଛି। ଏଥିଲାଗି ନିର୍ମାଣ ଶ୍ରମିକ ଆଇନ ଅନୁସାରେ ସଂଗ୍ରହ କରାଯାଉଥିବା ସେସ୍‌ ଆୟକୁ ଖର୍ଚ କରାଯାଇପାରେ। ଏହି ସେସ୍‌ ବାବଦରେ ସରକାରଙ୍କ ପାଖଷର ପ୍ରାୟ ୩୦ ହଜାର କୋଟି ଟଙ୍କା ଜମା ରହିଛି। 

ଶିଳ୍ପକୁ ସୁରକ୍ଷା

କ୍ଷୁଦ୍ର ଓ ମଧ୍ୟମବର୍ଗ ଶିଳ୍ପକୁ ସରକାର ସୁରକ୍ଷିତ କରିବା ଲାଗି ବ୍ୟବସ୍ଥା କରିବେ। ଏହିକ୍ରମରେ ହୋଟେଲ୍‌, ବିମାନ ଚଳାଚଳ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପ୍ରାଇଁ ବିଶେଷ ଘୋଷଣା କରିବା ସମ୍ଭାବନା ରହିଛି। ସେମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଏହୀି ଅନୁସାରେ ଶସ୍ତର ଋଣ ଯୋଜନା କରାଯାଇଛି। ପୁଣି ଯେଉଁ ଋଣ ସେମାନେ ନେଇଛନ୍ତି  ତାହା ଶୁଝିବାର ଅବଧି ବଢ଼ାଯାଇପାରେ। 

କମ୍‌ ସୁଧରେ ଋଣ

ସରକାର ବ୍ୟବସାୟିକ କ୍ଷେତ୍ର ଲାଗି କମ୍‌ ସୁଧରେ ଋଣ ବ୍ୟବସ୍ଥା କରିବା ସହ ଋଣ ପରିଶୋଧ ସମୟ ସୀମା ବଢ଼ାଇବା ଲାଗି ଘୋଷଣା କରିପାରନ୍ତି। ଏହା ସହ ଟିକସ କ୍ଷେତ୍ରରେ କିଛି ଛାଡ଼ ଘେଶଷଣା କରାଯାଇପାରେ। 

ସରକାରଙ୍କ ଲକ୍ଷ୍ୟ ଯେ, ସମସ୍ତ ନାଗରିକ ଏବେ ଘରେ ରହନ୍ତୁ ଓ ସୁସ୍ଥ ରହନ୍ତୁ। ଏହାଦ୍ଵାରା କରୋନା ମୁକାବିଲା ସହଜ ହୋଇପାରିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। 

 

Leave a Reply

Your email address will not be published.