#covid19: ସାରା ଦେଶ #Lockdown, ରାତି ୮ଟାରେ ପ୍ରଧାମନ୍ତ୍ରୀଙ୍କ ଅଭିଭାଷଣ
ଭୁବନେଶ୍ଵର, (ଓଟି): କୋଭିଡ୍୧୯ କରୋନା ଭୁତାଣୁ ସଂକ୍ରମଣକୁ ନିରୋଧ କରିବା ଲାଗି ସରକାର ଦେଶର ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂଣ୍ଣ ଲକ୍ଡାଉନ୍ ଜାରି କରହିଛନ୍ତି। ଏହିକ୍ରମରେ ୫୬୦ ଜିଲ୍ଲାରେ ଦୈନନ୍ଦିନ ଜୀବନଯାତ୍ରା ଠପ୍ ହୋଇଯାଇଛି। ଅନ୍ୟ ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଂଶିକ ଲକ୍ଡାଉନ୍ ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ ସଦ୍ୟ ଘୋଷଣା ଓ ରାଜ୍ୟଗୁଡ଼ିକୁ ନିର୍ଦେଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ରାତିରୁ ଏହି ନିର୍ଦେଶ ଲାଗୁ ହେବ।
ଯଦିଓ ଭାରତରେ ଆଜି କରୋନା ପଜିଟିଭ୍ ଚିହ୍ନଟ ସଂଖ୍ୟା ସାମନ୍ୟ କମ୍ ରହିଛି କିନ୍ତୁୁ ଏଠାରେ କରୋନା ଭୟଙ୍କର ସ୍ଥିତିରେ ବଢ଼ି ଚାଲିଛି ବୋଲି ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ଦିଗରେ ସତର୍କତା ରକ୍ଷା କରି କରୋନାକୁ ଦୂରେଇବା ଲାଗି ପରାମର୍ଶ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଏହିକ୍ରମରେ ଦେଶର ନାଗରିକଙ୍କୁ ଘରେ ରହି କରୋନା ସହ ମୁକାବିଲା କରିବା ଲାଗି ଅନୁରୋଧ କରିଛନ୍ତି। ଏହିକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ଘୋଷଣା କରଯାଇଛି। ଓଡ଼ିଶାରେ ସମସ୍ତ ଜିଲ୍ଲାରେ ଆଜି ରାତିରୁ ଲକ୍ଡାଉନ୍ ଆଦେଶ କାର୍ଯ୍ୟକାରୀ ହେବ ବୋଲି ସାରକାରଙ୍କ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟା ୮ଟାରେ କିଛି ଜରୁରୀ ଘୋଷଣା କରିବାକୁ ଯାଉଛନ୍ତି। ଏଥିଲାଗି ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟରରେ ସୂଚନା ଦେଇଛନ୍ତି।












