ହୁହୁ ହୋଇ ବଢ଼ୁଛି #covid19 ଆତଙ୍କ, କିନ୍ତୁ ଆମେ ଅସହାୟ ନୋହୁଁ

ଭୁବନେଶ୍ଵର, (ଓଟି): ବିଶ୍ଵରେ କୋଭିଡ୍‌୧୯ ଅଣାୟତ୍ତ ହୋଇ ବଢ଼ି ଚାଲିଛି। ଏହା ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପାଇଁ ଏକ ଚିନ୍ତାର କାରଣ ହୋଇଛି । ଏଣୁ ପ୍ରତି ଜନସାଧାରଣ ଓ ରାଷ୍ଟ୍ରକୁ ଏଥିନେଇ ଆବଶ୍ୟକ ସଚେତନତା ଓ ପ୍ରତିକାର ପଦକ୍ଷେପ ନେବାକୁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଅନୁରୋଧ କରିଛି। 

ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଅଣାୟତ୍ତ ବୃତ୍ତିକୁ ‘ତ୍ଵରାନ୍ବିତ ଅଭିବୃଦ୍ଧି’ ବୋଲି କୁହାଯାଉଛି। ସଂଗଠନ କହିଛି ଯେ, ଚୀନରେ ଏହା ଡିସେମ୍ବର ଶେଷକୁ ଆରମ୍ଭ ହେଲା। ଏହି ସଂଖ୍ୟା ଏକ ଲଲ ସଂକ୍ରମଣରେ ପହ୍ୟ୍ଚିବା ଲାଗି ପ୍ରାୟ ୬୭ ଦିନ ଲାଗିଥିଲା। କିନ୍ତୁ ଏହାପରେ ଯେଉଁ ଏକ ଲକ୍ଷ ପ୍ରଭାବିତ ହେଲେ ସେଥିପାଇଁ ମାତ୍ର ୧୧ ଦିନ ସମୟ ଲାଗିଲା। ଏବେ ମାତ୍ର ୪ ଦିନରେ ଅନ୍ୟ ଏକଲକ୍ଷ ଜନସାଧାରଣଙ୍କୁ ଏହା ସଂକ୍ରମିତ କରିଛି। 

ଏହି ସଂଖ୍ୟା ବୃଦ୍ଧି ଦ୍ଵାରା କେବଳ ରୋଗୀ ନୁହଁନ୍ତି ସେମାନଙ୍କ ପରିବାର ବର୍ଗ ମଧ୍ୟ ଚିନ୍ତାରେ ହିଛନ୍ତି। ହେଲେ ଆମକୁ ଏ ପରିସ୍ଥିତିରେ ଅସହାୟ ବୋଲି କହିବା ଅନୁଚିତ। ଆମେ ଏହି ଦୁର୍ଦଶାକୁ ରୋକିବା ଲାଗି କ୍ଷମତା ରଖିଛୁ ବୋଲି ସଂଗଠନର ମହାନିର୍ଦେଶକ ଡ. ଟେଡ୍ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ କହିଛନ୍ତି। 

Leave a Reply

Your email address will not be published.