ଏକାନ୍ତବାସରେ ଅଭିନେତା ପ୍ରଭାସ

ମୁମ୍ବାଇ (ଓଟି): ବିଦେଶରୁ ସୁଟିଂ ସାରି ଫେରିଥିବା ବାହୁବଳୀ ଫେମ୍‌ ତଥା ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ମଧ୍ୟ କରୋନା ଭୟ ପାଇଁ ନିଜକୁ ଏକାନ୍ତବାସ (ସେଲ୍ଫ ଆଇସୋଲେସନ୍‌)ରେ ରଖିଛନ୍ତି। ୧୪ ଦିନ ପାଇଁ ସେ ସ୍ଵତନ୍ତ୍ର ରହିଥିବା ପ୍ରଭାସ ସୋସିଆଲ ମିଡିଆରେ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ କରୋନା ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଯାଇଛି। ସବୁଠି ମହାମାରୀର ପ୍ରଭାବ ପଡ଼ିଥିବାବେଳେ ବାଦ୍‌ ପଡ଼ିନି ହଲିଉଡ୍‌ ଓ ବଲିଉଉଡ୍‌। କରୋନା ମୁକାବିଲା ପାଇଁ ସିନେମା ଓ ଟେଲିଭିଜିନ୍‌ ସୋ’ର ସୁଟିଂ ବନ୍ଦ କରି ଦିଆଯାଇଛି। ଅନେକ ଅଭିନେତ୍ରୀ ଓ ଅଭିନେତାମାନେ ସତର୍କ ଏବଂ ସୁରକ୍ଷା ଦୃଷ୍ଟିରୁ ସେଲଫ୍‌ ଆଇସୋଲେସନ୍‌ ଓ କ୍ୱାରେଣ୍ଟାଇନ୍‌ରେ ‌ରହିଛନ୍ତି। ସେହିକ୍ରମରେ ପ୍ରଭାସ ମଧ୍ୟ ନିଜକୁ ସଜାଗ ହୋଇଯାଇଛନ୍ତି। ଏଥିସହ ସମସ୍ତେ ସୁରକ୍ଷିତ ରଖିବାକୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published.