ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ସମ୍ବଲପୁର ଏମ୍‌ପି

ଭୁବନେଶ୍ୱର (ଓଟି): ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରହିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ନୀତେଶଙ୍କ ସାନପୁଅ ଲଣ୍ଡନର କେମ୍ବ୍ରିଜ୍‌ରୁ ଫେରିଥିବାବେଳେ ସତର୍କତାମୂଳକ ପଦକ୍ଷେପ ଦୃଷ୍ଟିରୁ ସ୍ଵତନ୍ତ୍ର ରହିବାକୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେ କରିଛନ୍ତି।

ସୂଚନାଯୋଗ୍ୟ ଯେ ଲଣ୍ଡନରେ କରୋନା ବ୍ୟାପୁଥିବାରୁ ନୀତେଶଙ୍କ ପୁଅ ଭାରତକୁ ଫେରି ଆସିଛନ୍ତି। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଶ୍ରୀ ଗଙ୍ଗଦେବ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସାମାଜିକ ସୁରକ୍ଷା ଦୃଷ୍ଟିରୁ ସାମାଜିକ ଦୂରତା ରକ୍ଷା କରି ସେ ଓ ତାଙ୍କ ପରିବାର ଲୋକେ କ୍ୱାରେଣ୍ଟାଇନ୍‌ ରହିଥିବା କଥା ସେ ଉଲ୍ଲେଖ କରିଛନ୍ତି।

ଭାରତରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢ଼ି ଯାଇଥିବାବେଳେ ୩୪୧ ଜଣଙ୍କ ପଜେଟିଭ୍‌ ବାହାରିଥିବା ଜଣାପଡ଼ିଛି। ସେହିପରି ୬ ଜଣଙ୍କର ମୃତ୍ୟ ହୋଇଛି।

Leave a Reply

Your email address will not be published.