ଜନତା କର୍ଫ୍ୟୁ: ଜରୁରି କାମ ଥିଲେ ପୁଲିସ୍ ଦେବ ପାସ୍
ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ଜନତା କର୍ଫ୍ୟୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ନିବଦେନ କ୍ରମେ ସୁରକ୍ଷା ପାଇଁ ଜନତା ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ କର୍ଫ୍ୟୁ ପାଳନ କରାଯାଉଛି। ତେବେ ଭୁବନେଶ୍ୱର ଓ କଟକରେ ଜରୁରି କାମ ପାଇଁ ଯାଉଥିବା ଲୋକଙ୍କୁ ପୁଲିସ୍ ପାସ୍ ଯୋଗାଇବ ବୋଲି ଜଣାପଡ଼ିଛି। ଏସମ୍ପର୍କରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ହସ୍ପିଟାଲ କିମ୍ବା ବିମାନ ବନ୍ଦର ଯାଉଥିଲେ ପୁଲିସ୍ ପକ୍ଷରୁ ପାସ୍ ଦିଆଯିବ। ନିକଟ ଥାନା ଆଇଆଇସିଙ୍କଠାରୁ ପାସ୍ ମିଳିବା ବ୍ୟବସ୍ଥା କରାଯାଇଛି। ଏଥିସହ ୧୦୦କୁ ଡାଏଲ କରି ପାସ୍ ହାସଲ କରିହେବ। ସେହିପରି ନିହାତି ଜରୁରି ହେଲେ ପାଖ ଦୋକାନକୁ ଚାଲିଚାଲି ଯିବାକୁ ପରାମର୍ଶ ଦିଆଯାଇଥିବାବଳେ ଆବଶ୍ୟକ ନଥାଇ ବୁଲୁଥିବା ଲୋକଙ୍କୁ ଘରକୁ ଯିବାକୁ ତାଗିଦ କରାଯିବ। ଭୁବନେଶ୍ୱରରେ ସ୍ଥିତି ନିୟନ୍ତ୍ରଣ ପାଇଁ ୪ ଆଇପିଏସଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ କରୋନା ମୁକାବିଲା ପାଇଁ ଉଦ୍ୟମ ଜାରି ରହିଛି। ଆଜି ଦେଶବ୍ୟାପି ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମର୍ଥନ ଦେଇଥିଲେ।