ଇସ୍ତଫା ଦେଲେ କମଳନାଥ
ଭୋପାଳ (ଓଟି): ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଳନାଥ। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି କିଛି ସମୟ ପୂର୍ବରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ସେ ସାମ୍ବାଦିକ ସମ୍ମିଳନୀରେ କିଛି ସୂଚନା ଦେଇଥିଲେ ଏବଂ ବହୁମତ ସାବ୍ୟସ୍ତ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଶୁକ୍ରବାର ଅପରାହ୍ଣ ୫ଟା ସୁଦ୍ଧା କମଳନାଥ ଶକ୍ତି ପରୀକ୍ଷା ଦେବାର ଥିଲା। ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ମଧ୍ୟପ୍ରଦେଶରେ ବିଜେପିକୁ ୧୫ବର୍ଷ ସମୟ ମିଳିଥିଲା। ତେବେ ସରକାର ଗଠନ ପରେ ବିଜେପି ଷଡ଼ଯନ୍ତ୍ର ଆରମ୍ଭ କରିଥିଲା ଏବଂ ଆମର ୨୨ଜଣ ବିଧାୟକଙ୍କୁ କର୍ଣ୍ଣାଟକରେ ବନ୍ଧକ ରଖାଯାଇଥିଲା ବୋଲି ମଧ୍ୟ ସେ ବିଜେପି ପ୍ରତି ଅଙ୍ଗୁଳି ଦେଖାଇଥିଲେ।