ୟୁନିୟନ୍‌ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା

ପୁରୀ,ଭୁବନେଶ୍ଵର (ଓଟି): ବିବାଦରେ ଫସିଥିବା ୟେସ୍‌ ବ୍ୟାଙ୍କରୁ ଗତ ବୁଧବାର ଆସିଥିଲା ଶ୍ରୀମନ୍ଦିର ଟଙ୍କା। ଅନ୍‌ଲାଇନ୍‌ ଟ୍ରାନ୍ସଫର୍‌ ମାଧ୍ୟମରେ ପ୍ରଥମେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ସମସ୍ତ ଜମା ଟଙ୍କା ଆସିଥିଲା। ତେବେ ଉକ୍ତ ଟଙ୍କା ୟୁନିୟନ ଅଫ୍ ଇଣ୍ଡିଆରେ ରହିବ। ଟେଣ୍ଡର ପ୍ରକ୍ରିୟା ପରେ ଏଭଳି ସ୍ଥିର ହୋଇଛି। ୫. ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ସମ୍ପତ୍ତି ୟୁନିୟନ ବ୍ୟାଙ୍କରେ ଜମା କରାଯିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହ ଟେମ୍ପଲ ଫଣ୍ଡ୍ ଜମା ପାଇଁ ଜାତୀୟକରଣ ବ୍ୟାଙ୍କଗୁଡ଼ିକରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଆଜି ଏହା ଖୋଲାଯିବା ପରେ ପ୍ରଥମ ସ୍ଥାନରେ ୟୁନିଅନ ବ୍ୟାଙ୍କ ରହିଥିଲା। ଏଥିସହ ୫. ୪ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଇଣ୍ଡିଆନ ବ୍ୟାଙ୍କ ଓ ୫ ପ୍ରତିଶତ ସହ ତୃତୀୟରେ କାନାରା ବ୍ୟାଙ୍କ ରହିଥିଲା। ତେବେ ୟୁନିଅନ୍ ବ୍ୟାଙ୍କ ୫ .୭୫ ପ୍ରତିଶତ ସୁଧ ଦେବ। ୩ ବର୍ଷ ପାଇଁ ଦୀର୍ଘମିଆଦି ସ୍ଥାୟୀ ଜମା ଭାବେ ଟଙ୍କା ରଖାଯିବ। ତେବେ ନିର୍ଦ୍ଦିଷ୍ଟ କେତେ ଟଙ୍କା ରଖାଯିବ ସେ ନେଇ ନିଷ୍ପତ୍ତି ହୋଇନି ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି।  

Leave a Reply

Your email address will not be published. Required fields are marked *