ଶ୍ରୀମନ୍ଦିର ହେଲା ମନା: ୨୦ ମାର୍ଚରୁ ସବୁ ଧର୍ମାନୁଷ୍ଠାନରେ ଜନସାଧାରଣଙ୍କ ପ୍ରବେଶ ନିଷେଦ୍ଧ
ଭୁବନେଶତ୍ଵର, (ଓଟି): କରୋନା ମୁକାବିଲା ପାଇ: ରାଜ୍ୟ ସରକାର ସମସ୍ତ ଧର୍ମୀୟ ଅନୁଷ୍ଠାନ, ମନ୍ଦିର, ମସ୍ଜିଦ୍, ଗୀର୍ଜାଙ୍କ ସହଯୋଗ କାମନା କରିଛନ୍ତି। ଏହିକ୍ରମରେ ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଜନସାଧାରଣଙ୍କ ପ୍ରବେଶ ଉପରେ ନିଷେଦ୍ଧ ଜାରି କରିଛନ୍ତି। ପ୍ରଥମକରି ଶୁକ୍ରବାରଠାରୁ ଏହି ଆଦେଶ ଶ୍ରୀମନ୍ଦିରରେ ଲାଗୁ ହୋିଛି। ଫଳରେ କୌଣସି ଭକ୍ତ, ସେ ସ୍ଥାନୀୟ ହୁଅନ୍ତୁ ବା ଦୂରରୁ ଆସି ଥାଆନ୍ତୁ କାହାକୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ରହିବ ନାହିର୍ର୍। କେବଳ ଯେଉଁମାନଙ୍କ ସେବା କାର୍ଯ୍ୟ ରହିଛି ସେମାନେ ମନ୍ଦିର ଭିତରକୁ ଯାଇପାରିବେ। ଏହା ପୂବ;ରୁ ସମୁଦ୍ରକୂଳରେ ୧୪୪ ଧାରା ଲଗାଯାଇଥିଲା।
ସମାନା ଆଦେଶ ରାଜ୍ୟର ଅନ୍ୟ ଧର୍ମୀୟ ଅନୁଷ୍ଠାନରେ ଲାଗୁ ହେବ। ଏଥିଲାଗି ଜିଲ୍ଲାପାଳମାନେ ଆଇନକୁ କାର୍ଯ୍ୟକାରୀ କରିପାରିବେ। ୨୦ ତାରିଖରୁ ରାଜ୍ୟର ସମସ୍ତ ଚର୍ଚ, ମସ୍ଜିଦ୍ ଏବଂ ମନ୍ଦିରରେ ଜନସାଧାରଣଙ୍କ ପ୍ରବେଶ ନିଷେଦ୍ଧ କରିବାକୁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି। ଏହି ଆଦେଶ ଏପ୍ରିଲ୍ ୧ ତାରିଖ ଯାଏ ବଳବତ୍ତର ରହିବ।