ବନ୍ଦ ହେବନି ୨୦୦୦ ଟଙ୍କିଆ ନୋଟ୍
ନୂଆଦିଲ୍ଲୀ (ଓଟି): ସମ୍ପ୍ରତି ୨୦୦୦ ଟଙ୍କିଆ ନୋଟ୍ର ପ୍ରଚଳନକୁ ନେଇ ସାଧାରଣରେ ବିଭିନ୍ନ ଖବର ମିଳୁଥିବା ବେଳେ ଏହାର ପ୍ରଚଳନ ବନ୍ଦ କରିଦିଆଯିବ ବୋଲି କେତେକ ମହଲରେ କୁହାଯାଉଛି। କିନ୍ତୁ ଏହାର ପ୍ରଚଳନ ବନ୍ଦ ହେବନି ବୋଲି ସୂଚନା ମିଳିଛି।
ଦୁଇହଜାର ଟଙ୍କିଆ ନୋଟ୍ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଯାବତ୍ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍ ଛାପିବାକୁ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲେ ମଧ୍ୟ ଏହାର ପ୍ରଚଳନ ବନ୍ଦ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ।
ଅର୍ଥାତ୍ ୨୦୦୦ ଟଙ୍କିଆ ନୋଟ୍ ପ୍ରଚନଳ ବନ୍ଦ ହେବା ସମ୍ପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।











