ଇଟାଲୀରୁ ଫେରିଲେ ୨୧୮ ଜଣ
ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍ ସଂକ୍ରମିତ ହୋଇ ଇଟାଲିରେ ଫସିଥିବା ୨୧୮ଜଣ ଭାରତୀୟ ସ୍ୱଦେଶର ଫେରିଛନ୍ତି। ସ୍ଵତନ୍ତ୍ର ବିମାନ ଯୋଗେ ସମସ୍ତଙ୍କୁ ଅଣାଯାଇଥିବା ଜଣାପଡ଼ିଛି। ଏ ନେଇ ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ୨୧୧ ବିଦ୍ୟାର୍ଥୀଙ୍କ ସମେତ ସମୁଦାୟ ୨୧୮ ଜଣଙ୍କୁ ଇଟାଲୀରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନ୍ରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଟୁଇଟ୍ ଜରିଆରେ ସେ କହିଛନ୍ତି ଯେ ୨୧୧ଜଣ ବିଦ୍ୟାର୍ଥୀଙ୍କ ସମେତ ୨୧୮ଜଣ ଭାରତୀୟ ମିଲାନ୍ରୁ ଆସି ଦିଲ୍ଲୀରେ ପହଞ୍ଚିଥିବାବେଳେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟିନ୍ରେ ରଖାଯିବ। ଏଥିସହ ଦୁଃସ୍ଥିତିରେ ଥିବା ଭାରତୀୟଙ୍କ ପାଖରେ ପହଞ୍ଚିବାକୁ ଭାରତ ସରକାର ପ୍ରତିବଦ୍ଧ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ଇଟାଲି ସରକାରଙ୍କ ସମେତ ଟିମ୍ ଇଣ୍ଡିଆ ଇନ୍ ଇଟାଲି, ସିଜି ମିଲାନ୍, ଏୟାର୍ଇଣ୍ଡିଆ ଏବଂ ଡ. ଜୟଶଙ୍କର ପ୍ରଶଂସା ପାଇବାକୁ ଯୋଗ୍ୟ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।