କରୋନା ପାଇଁ ଆଜି ‘ସାର୍କ’ ଆଲୋଚନା

ନୂଆଦିଲ୍ଲୀ (ଓଟି):  କରୋନା ମୁକାବିଲା ପାଇଁ ବିଶ୍ଵ ବ୍ୟାପୀ ଚିନ୍ତା ବଢ଼ି ଯାଇଛି। ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀ ସାର୍କ ଦେଶଗୁଡ଼ିକୁ ମିଳିତ ଭାବେ ମୁକାବିଲା କରିବା ଲାଗି ନିବେଦନ କରିଥିଲେ। ସେହି ଅନୁସାରେ ବିଶ୍ଵ ମହାମାରୀ କୋବିଡ୍‌-୧୯ ତଥା କରୋନା ସମ୍ପର୍କରେ ଆଲୋଚନା କରିବେ ସାର୍କ ରାଷ୍ଟ୍ର ସମୂହ। ରବିବାର ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଷ୍ଟ୍ର ମୁଖିଆମାନେ ବୈଠକରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି, ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷେ, ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍  ହସିନା, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ଆଫଗାନିସ୍ତାନ ପ୍ରଧାନମନ୍ତ୍ରୀ ଅଶରଫ୍ ଘନି, ପାକିସ୍ତାନ ତରଫରୁ ଇମ୍ରାନ୍ ଖାଁଙ୍କ ସ୍ୱତନ୍ତ୍ର ସହକାରୀ ଡକ୍ଟର୍ ଜଫର୍ ମିର୍ଜା ଆଲୋଚନାରେ ପ୍ରତିନିଧିତ୍ୱ କରିବେ।

ଭିଡିଓ କନଫରେନ୍ସିଂରେ କରୋନା ମୁକାବିଲା ପାଇଁ ସାର୍କ ରାଷ୍ଟ୍ର ସମୂହ ମିଳିତ ରଣନୀତି ପ୍ରସ୍ତୁତ କରିବେ।

Leave a Reply

Your email address will not be published. Required fields are marked *