୧୮ଜଣଙ୍କ ପାଣି ଓ ବିଜୁଳି ସଂଯୋଗ କଟିବ

ଭୁବନେଶ୍ଵର, (ଓଟି): ହୋଲ୍‌ଡିଂ ଟିକସ ଦେଉନ, ବିଜୁଳି ଆଉ ପାଣି କଟାଯିବ। ଏମିତି କଠୋର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ବିଏମ୍‌ସି ସେସୁ ଏବଂ ୱାଟ୍‌କୋଙ୍କୁ ଅନୁରୋଧ କରିଛନ୍ତି ବିଏମ୍‌ସି ଉତ୍ତରାଞ୍ଚଳ ଡେପୁଟି କମିଶନର । ଚିଠି ସହ ଏକ ତାଲିକା ବି ସଂଲଗ୍ନ କରାଯାଇଛି। ଏହି ତାଲିକାରେ ୧୮ ଜଣ ଅଭ୍ୟାସଗତ ଟିକସ ଖିଲାପକାରୀଙ୍କ ନାଁ ଉଲ୍ଲେଖ କରିଛନ୍ତି ବିଏମ୍‌ସି ଅଧିକାରୀ। 

ଏହି ଚିଠିରେ କୁହାଯାଇଛି ଯେ, ବାରମ୍ବାର ତାଗିଦ ସତ୍ତେ୍ବ ଭୁବନେଶ୍ଵରରେ ଏମିତି ଅନେକ ଅଭ୍ୟାସଗତ ଟିକସ ଖିଲାପକାରୀ ରହିଛନ୍ତି ଯେଉଁମାନେ ଟିକସ ପଇଠ କରୁ ନାହାନ୍ତି। ସେଥିଲାଗି ବିଏମ୍‌ସିର ଆୟ କମୁଛି। ବିଏମ୍‌ସିର ଉତ୍ତର ଜୋନ୍‌ ଏମିତି ୧୮ଜଣ ଟିକସ ଖଲାଫକାରୀଙ୍କ ନାଁ ଘୋଷଣା କରିଛି। ଏହି ୧୮ଜଣଙ୍କ ଉପରେ ବିଏମ୍‌ସିର ସମୁଦାୟ ୧ କୋଟି ୮୩ ଲକ୍ଷ ୯୪ ହଜାର ୩୧୭ ଟଙ୍କା ବକେୟା ପଡ଼ିଛି। ଯେହେତୁ ଏମାନେ ଟିକସ ଦେଉ ନାହାନ୍ତି ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କର ବିଜୁଳି ଏବଂ ପାଣି ସଂଯୋଗ କାଟିଦିଆଯିବ।  ଏଣୁ ସେସୁ ଓ ୱାଟ୍‌କୋ ଏ ଦିଗରେ ପଦକ୍ଷେପ ନେବାକୁ ବିଏମ୍‌ସି କହିଛି। 

 

 

Leave a Reply

Your email address will not be published. Required fields are marked *