ମହିଳାଙ୍କୁ ସମ୍ମାନ: ମୋ ବସ୍ରେ ନୋ ଟିକେଟ୍
ଭୁବନେଶ୍ୱର (ଓଟି): ମହିଳାଙ୍କୁ ସମ୍ମାନ ଦେବାକୁ ବିଭିନ୍ନ ମହଲରେ ବର୍ଷ ତମାମ୍ କୁହାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ ବର୍ଷକୁ ଗୋଟିଏ ଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାହା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ଭିନ୍ନ ଏକ ଉପାୟରେ ସମ୍ମାନ ପ୍ରଦର୍ଶନ କରିବାକୁ ‘ମୋ ବସ୍’ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁସାରେ ମାର୍ଚ୍ଚ ୮ ବିଶ୍ଵ ମହିଳା ଦିବସ ଅବସରରେ ମହିଳାମାନେ ‘ମୋ ବସ୍’ରେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ଯାତ୍ରା ଲାଗି ମହିଳାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯିବା ସହ ପ୍ରଶଂସା କରାଯାଉଛି।