୩୦ ଫୁଟର ତିମି ମୃତ

ପୁରୀ(ଓଟି): ଆଜି ପୁଣି ଏକ ମୃତ ତିମି ଦେଖିବାକୁ ମିଳିଛି। ପୁରୀ ଜିଲ୍ଲାରୁ ଉକ୍ତ ମୃତ ତିମି ଉଦ୍ଧାର ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଗୁଣ୍ଡୁଳୁବା ଗ୍ରାମର ସମୁଦ୍ର ଉପକୂଳରେ ଆଜି ସକାଳୁ ମୃତ ତିମି ଦେଖିବାକୁ ଭିଡ଼ ଜମିଥିଲା।

ବନ ବିଭାଗ ତରଫରୁ ପ୍ରାଥମିକ ତଦନ୍ତ କରାଯାଇଥିବାବେଳେ ତିମିର ଲମ୍ବ ୩୦ରୁ ୩୫ଫୁଟ ଥିବା ଜଣାପଡ଼ିଛି। ତେବେ ସମୁଦ୍ର ଗର୍ଭରେ ଅବାଧରେ ପ୍ରତିଦିନ ବେଆଇନ ଟ୍ରଲର ଚାଲୁଥିବା ଯୋଗୁଁ କୌଣସି ପରିସ୍ଥିତିରେ ଟ୍ରଲର ସହ ମାଡ଼ହୋଇ ତିମିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତେବେ ବନବିଭାଗ ପକ୍ଷରୁ ଆବଶ୍ୟକ ପାଟ୍ରୋଲିଂ କରାଯାଉନଥିବାରୁ ସାମୁଦ୍ରିକ ଏଭଳି ମରିଯାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।

ମରିଯାଉଛନ୍ତି ସାମୁଦ୍ରିକ ଜୀବ

ନିକଟରେ ଗଞ୍ଜାମ ଜିଲ୍ଲାରୁ ଏକ ବୃହତ୍‌ ସାମୁଦ୍ରିକ ମାଛ ଧରାପଡ଼ିଥିଲା। ସେହିପରି ୩ଦିନ ପୂର୍ବେ ବାଲେଶ୍ଵର ଜିଲ୍ଲାରୁ ୯ କ୍ଵିଣ୍ଟାଲ୍‌ର ଏକ ଶାଙ୍କୁଚ ଉଦ୍ଧାର ହୋଇଥିବାବେଳେ ପ୍ରାୟ ୧୮ରୁ ୨୦ ହଜାର ମଧ୍ୟରେ ତାହା ନିଲାମ କରାଯାଇଥିବା ସୂଚନା ମିଳିଥିଲା। ତେବେ ରାଜ୍ୟର ସମୁଦ୍ର କୂଳରୁ ବାରମ୍ବାର ସାମୁଦ୍ରିକ ଜୀବ ମୃତ ଅବସ୍ଥାରେ ଉଦ୍ଧାର ହେଉଥିବାରୁ ଏହା ପରିବେଶ୍‌ବିତ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏନେଇ ସତର୍କ ହେବା ସହ ଆଶୁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Leave a Reply

Your email address will not be published.