ବବିଙ୍କ ଉପରେ ଅତୁଟ ଭରସା: ପୁଣି ମିଳିଲା ସଂଗଠନ ଦାୟିତ୍ଵ
ଭୁବନେଶ୍ଵର, (ଓଟି): ଅଷ୍ଟମଥର ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ଘୋଷଣା ହେବା ପରେ, ବିଧାୟକ ତଥା ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ପ୍ରଥମ ଦାୟିତ୍ଵ ପ୍ରଦାନ କରିଛନ୍ତି। ଏହି ଦାୟିତ୍ଵ ଘୋଷଣା ଅନୁସାରେ ପ୍ରଣବ ଦଳର ସଂଗଠନ ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇବେ। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ତାଙ୍କର ଅକ୍ଳାନ୍ତ ଶ୍ରମ ଏବଂ ଉତ୍ସର୍ଗକୁ ଆଖିରେ ରଖି ଦଳ ତାଙ୍କ ଉପରେ ଏହି ଆସ୍ଥା ଜାରି ରଖିଥିବା ଜଣାପଡ଼ିଛି।
ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ବିଜେପୁର ଏବଂ ପାଟକୁରା ଉପ ନିର୍ବାଚନ ସମେତ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ତାଙ୍କର ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ସେ ଏଣିକି ଦଳର ସମସ୍ତ ସଂଗଠନ କାର୍ଯ୍ୟ ସମ୍ଭାଳିବେ’।
ନବୀନଙ୍କ ଏହି ଘୋଷଣା ପରେ ଦଳୀୟ କର୍ମକର୍ତ୍ତାଙ୍କ ଭିତରେ ନୂଆ ଆଶା ଜାଗରଣ ହୋଇଛି। କାରଣ ନିର୍ବାଚନ ପୂର୍ବରୁ ଦଳର ସଂଗଠନ ଭଙ୍ଗାଯାଇଥିବାରୁ କର୍ମକର୍ତ୍ତାଙ୍କ ଦାୟିତ୍ଵ ଘୋଷଣାକୁ ଅପେକ୍ଷା କରାଯାଇଛି।