ଧାମରା ଟର୍ମିନାଲ୍ରେ ନିଆଁ
ଭଦ୍ରକ (ଓଟି): ଭଦ୍ରକ ଜିଲ୍ଲା ଧାମରା ଆଦାନୀ ପୋର୍ଟରେ ଅଗ୍ନିକାଣ୍ଡ ଘଟିଛି। ତେବେ ସୌଭାଗ୍ୟବଶତଃ ବଡ଼ ଅଘଟଣ ହୋଇନାହିଁ। ପୋର୍ଟ ଭିତରେ କାମ ଚାଲୁଥିବା ଏଲ୍ଏନ୍ଜୀ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ତେବେ ନିଆଁର ପ୍ରକୋପ ସୋମବାର ଯାଏଁ ରହିଥିଲା। ଏହାକୁ ଆୟତ୍ତ କରିବା ପାଇଁ ପ୍ରାୟ ୭ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ ବୋଲି ସୂଚନା ମିଳିଛି।
ପୋର୍ଟର ନିର୍ମାଣାଧୀନ ଟର୍ମିନାଲରେ ନିଆଁ ଲାଗିବା ଫଳରେ ସେକ୍ଟରରେ ଥିବା କାଠ, ପ୍ଲlଏ ସମତେ ବହୁ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ନିଆଁ କେମିତି ଲଗିଲା ତାହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।
ଧାମରା ଦମକଳ ବାହିନୀ ଓ ପୋର୍ଟରେ ଥିବା ଅଗ୍ନି ସୁରକ୍ଷା ବାହିନୀ ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।