ମଙ୍ଗଳବା’ରୁ ପୁଣି ବର୍ଷା

ଭୁବନେଶ୍ୱର(ଓଟି): ପୁଣି ବର୍ଷାକୁ ନେଇ ଚିନ୍ତା। ବାରମ୍ବାର ଅଦିନିଆ ବର୍ଷା ଯୋଗୁ ଜନଜୀବନ କ୍ଷତିଗ୍ରସ୍ତ ହେଉଥିବାବେଳେ ଚାଷୀଙ୍କ ବିପୁଳ ହାନୀ ଘଟିଛି। ଏଭଳି ସ୍ଥିତିରେ ପୁଣି ରାଜ୍ୟରେ ବର୍ଷା ଆଶଙ୍କା ଦେଖାଦେଇଛି। ଆସନ୍ତା ମଙ୍ଗଳବାରଠାରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ଅଧିକ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଉଛି। ଏଭଳି ଆକଳନକୁ ନେଇ ଚାଷୀକୁଳ ପୁଣି ଚିନ୍ତାରେ ପଡ଼ିଯାଇଛନ୍ତି।

ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ। କିଛି ସ୍ଥାନରେ ଝିପିଝିପି ହେବା ସହ ଆଉକେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ପାଗ ମେଘୁଆ ରହିବା କାରଣରୁ ଦିନର ସର୍ବାଧିକ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା କମ୍। ତେଣୁ ଗରମ ଓ ଗୁଳୁଗୁଳି ହେବ ନାହିଁ ବରଂ ରାତିରେ ଥଣ୍ଡା ଅନୁଭୂତ ହୋଇପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ୫ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, କଟକ, ସୋନପୁର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, ବାଲେଶ୍ୱର ଓ କନ୍ଧମାଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published.