୬ ମହାଦେଶରେ ବ୍ୟାପୀ ଗଲାଣି କୋବିଡ୍-୧୯
ନୂଆଦିଲ୍ଲୀ(ଓଟି): ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ମହାମାରାତ୍ମକ ସାଜିଛି କୋବିଡ୍-୧୯ ବା କରୋନା ଭାଇରସ୍। ବିଶ୍ଵର ୭ଟି ମହାଦେଶରୁ ୬ଟିରେ ବ୍ୟାପୀ ଗଲାଣି ଭୂତାଣୁ। କେବଳ ବର୍ତ୍ତିରହିଛି ଆଣ୍ଟାର୍କଟିକା। ଏହାବାଦ୍ ଅନ୍ୟ ସବୁ ମହାଦେଶର ବହୁ ଦେଶକୁ କରୋନା ଆକ୍ରାନ୍ତ କରିସାରିଲାଣି। ଫଳରେ ମହାବିତ୍ପତ୍ତିର ଏକ ଅଦୃଶ୍ୟ ମହାଜାଲରେ ବିଶ୍ଵବ୍ୟାପୀ ଆତଙ୍କ ଚରମ ସୀମାରେ ପହଞ୍ଚି ଯାଇଛି। ମଣିଷକୃତ ତ୍ରୁଟି ପାଇଁ ଏଭଳି ସାଂଘାତିକ ତଥା ପ୍ରାଣନାଶ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କଲେଣି।
ଏଠାରେ ସ୍ମରଣଯୋଗ୍ୟ ଯେ ମଣିଷ ପରେପରେ ମାରାତ୍ମକ କରୋନା କୁକୁର ଦେହରେ ଠାବ ହୋଇଥିବା ନିକଟ ଅତୀତରୁ ସ୍ପଷ୍ଟ ହୋଇଛି। ପଢ଼ନ୍ତୁ:
http://odishatime.com/coronavirus-covid19-death-toll-climbs-to-2835-in-china/
ସମ୍ପ୍ରତି ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଉତ୍ତର ଓ ଦକ୍ଷିଣ ଆମେରିକା ଆଦି ୬ଟି ମହାଦେଶ ଅନ୍ତର୍ଗତ ବିଶ୍ୱର ୫୩ଟି ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା ୮୫ ହଜାର ଅତିକ୍ରମ କରିଥିବାବେଳେ ୩୦୯୭ ଜଣ ପ୍ରାଣ ହରାଇଲେଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦ୍ହାନମ୍ଙ୍କ କହିବା ଅନୁସାରେ ଚୀନ୍ର ୱୁହାନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଦିଶାହୀନ ଭାବେ ବ୍ୟାପୀ ଚାଲିଛି। ବାୟୁ ଓ ଜଳ ସ୍ରୋତ ପରି ବିଶ୍ଵର ବହୁଳ ଦେଶର ସୀମା ସରହଦ ମାଡ଼ିଗଲାଣି କରୋନା ଭୂତାଣୁ। ବିଶ୍ଵ ଆତଙ୍କ ଏହି କୋବିଡ୍-୧୯ ସମ୍ପ୍ରତି ବିଶ୍ୱ ବଜାରକୁ ମଧ୍ୟ ଖୁବ୍ ପ୍ରଭାବିତ କରିଛି। ଏପରିକି ସପ୍ତାହକ ମଧ୍ୟରେ ଆମେରିକାର ବାଣିଜ୍ୟ ବ୍ୟବସାୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି।