ଶ୍ରୀଲିଙ୍ଗରାଜ ପୀଠରୁ ଆବର୍ଜନା ସଫାକଲେ ସ୍ଵେଚ୍ଛାସେବୀ

ଭୁବନେଶ୍ଵର(ଓଟି): ମହାଶିବରାତ୍ରି ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାଶିବରାତ୍ରିରେ ଶ୍ରଦ୍ଧାଳୁମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, ଫୁଲ, କୁଡ଼ୁଆ, ପଲିଥିନ୍ ଆଦି ଆବର୍ଜନାକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର କରିଛନ୍ତି। ଏଥିସହ ମନ୍ଦିରର ଗର୍ଭଗୃହ ଓ ପରିସରରେ ଜମା ହୋଇଥିବା କୁଢ଼ କୁଢ଼ ବର୍ଜ୍ୟବସ୍ତୁକୁ ସଫା କରାଯାଇଛି। ୨୦୦୩ରୁ ପ୍ରତିବର୍ଷ ଏଭଳି ସ୍ଵେଚ୍ଛାକୃତ କାର୍ଯ୍ୟ କରାଯାଇଆସୁଛି। ପରିବେଶ ସହ ଐତିହ୍ୟ-କୀର୍ତ୍ତିରାଜିର ସୁରକ୍ଷା ପାଇଁ ସାମାଜିକ କର୍ମୀ ସୁଶାନ୍ତ ସାହୁ ନିରନ୍ତର ଏଭଳି ସାମାଜିକ କାର୍ଯ୍ୟକ୍ରମ କରିଆସୁଥଇବାବେଳେ ଚଳିତ ବର୍ଷ ଶ୍ରମଦାନ ଶିବିରରେ ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଵେଚ୍ଛାସେବୀ ସାମିଲ୍ ହୋଇଥିଲେ।

ମିସିଙ୍ଗ୍ ଫାଉଣ୍ଡେସନ୍‌, ସୁରେନ୍ଦ୍ର ନାଥ ଜେନା ଟ୍ରଷ୍ଟ, ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଛାତ୍ରଛାତ୍ରୀ, କସ୍ତୁରବା ଶିକ୍ଷାଶ୍ରମର ସ୍କାଉଟ୍ ଆଣ୍ଡ୍ ଗାଇଡ୍ସ୍‌, ବିଆଇ ପ୍ରୋଫେସନାଲ୍ସ, ଶ୍ରୀ ସତ୍ୟସାଇ ସେବା ସମିତି, ଭୁବନେଶ୍ୱର ଇତ୍ୟାଦିର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିବାବେଳେ ରଞ୍ଜନ କୁମାର ଦାସ, ପଞ୍ଚାନନ ସାମଲ, ପ୍ରତାପଚନ୍ଦ୍ର ପ୍ରଧାନ, ଗୋପୀମୋହନ ପଟ୍ଟନାୟକ, ଶ୍ରୀପତି ଆଚାର୍ଯ୍ୟ, ଶୁଭ୍ରାଂଶୁ ମହାନ୍ତି, ଗାଇଡ୍ କ୍ୟାପଟେନ୍ ଜ୍ୟୋତ୍ସ୍ନାରାଣୀ ନନ୍ଦ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ମିହିରକାନ୍ତ ପ୍ରହରାଜ, ବିଶ୍ୱକାନ୍ତ ପଣ୍ଡା, ଲକ୍ଷ୍ମୀଧର ସ୍ୱାଇଁ, ବିଶ୍ୱଜିତ୍ ବେହେରା, ଅନୁପମା ପଣ୍ଡା, କେଶବ କୁମାର ଭୁଜବଳ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସ୍ୱେଚ୍ଛାସେବୀଙ୍କ ଏଭଳି ସାମାଜିକ ସେବାକାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *