ବିଜେଡିର ୩୩ ନୂଆ ସାଂଗଠନିକ ସଭାପତି

ଭୁବନେଶ୍ୱର(ଓଟି): ବିଜେଡି ଘୋଷଣା କରିଛି ନୂଆ ନେତୃତ୍ଵ ତାଲିକା। ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ୧୯ ଜଣ ନବାଗତଙ୍କୁ ସୁଯୋଗ ମିଳିଥିବାବେଳେ ୧୪ ପୁରୁଣା ମୁହଁଙ୍କ ଉପରେ ଭରସା କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନାଙ୍କୁ ଜିଲ୍ଲା ସଭାପତି କରାଯାଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଭୂତି ବଳବନ୍ତରାୟ ରହିଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲା ପାଇଁ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୁଳ ପାଇଁ ମହେନ୍ଦ୍ର ବସ୍ତିଆ, ବାଲେଶ୍ୱରରେ ରବୀନ୍ଦ୍ର ଜେନା, ବରଗଡ଼ ବିଜୟ ରଞ୍ଜନ ସିଂହ ବରିହା, ଭଦ୍ରକ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ମହୀଧର ରଣା, କଟକ ଦେବାଶିଷ ସାମନ୍ତରାୟ, ଦେବଗଡ଼ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ପ୍ରଦୀପ ନାୟକ ଏବଂ ଗଞ୍ଜାମ ପାଇଁ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାଁ ଘୋଷଣା କରାଯାଇଛି। ଅନୁରୂପ ଭାବେ ଝାରସୁଗୁଡ଼ାର କିଶୋର ମହାନ୍ତି, କଳାହାଣ୍ଡିର ପୁଷ୍ପେନ୍ଦ୍ର ସିଂହଦେଓ, କନ୍ଧମାଳର ସରୋଜ କର୍ଣ୍ଣ, ଜଗତସିଂହପୁର ପ୍ରଶାନ୍ତ ମୁଦୁଲି, ଯାଜପୁର ସରୋଜ ମହାପାତ୍ର, କେନ୍ଦ୍ରାପଡ଼ା ଉତ୍କଳ କେଶରୀ ପରିଡ଼ା, କେନ୍ଦୁଝର ମାଧବ ସର୍ଦ୍ଦାର, କୋରାପୁଟର ଈଶ୍ୱର ପାଣିଗ୍ରାହୀ, ମାଲକାନଗିରିର ପୂର୍ଣ୍ଣଚନ୍ଦ୍ର ବାକା ଏବଂ ପୁରୀର ଦାୟିତ୍ୱ ମହେଶ୍ୱର ମହାନ୍ତିଙ୍କୁ ଦିଆଯାଇଛି।

ମୟୂରଭଞ୍ଜର ଜିଲ୍ଲା ସଭାପତି ଭାବେ କାଶୀନାଥ ହେମ୍ବ୍ରମ, ମୟୂରଭଞ୍ଜ ସଦରର ସୁଦାମ ମାର୍ଣ୍ଡି, ନବରଙ୍ଗପୁରର ରମେଶ ମାଝୀ, ନୟାଗଡ଼ର ରମେଶ ବେହେରା, ନୂଆପଡ଼ାର ମନୋଜ ମିଶ୍ର, ରାୟଗଡ଼ାର ସୁଧୀର ଦାସ, ରାଉରକେଲାର ସାରଦା ନାୟକ, ସମ୍ବଲପୁରର ସିଦ୍ଧାର୍ଥ ଦାସ, ସୁବର୍ଣ୍ଣପୁରର ସରୋଜ କମ୍ପ ଏବଂ ସୁନ୍ଦରଗଡ଼ର ଜିଲ୍ଲା ସଭାପତି ଭାବେ ବିନୟ ଟପ୍ପୋଙ୍କୁ ଚୟନ କରାଯାଇଛି।

ନୂତନ ଘୋଷଣା ପରେ ଦଳରେ ଉତ୍ସାହ ଦେଖାଦେଇଛି ଏବଂ କେତେକ ସ୍ଥାନରେ ଅସନ୍ତୋଷ ମଧ୍ୟ କୁହୁଳୁଥିବା ବିଶ୍ଵସ୍ତସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *