କାରାଗାରରେ ପଶିଲା କୋବିଡ୍-୧୯

ନୂଆଦିଲ୍ଲୀ(ଓଟି): ମାରାତ୍ମକ ଭାଇରସ୍‌… ସବୁଆଡ଼େ ବ୍ୟାପିବାରେ ଲାଗିଛି। କୋଭିଡ-୧୯ ବା କରୋନା ଆତଙ୍କ ସମ୍ପ୍ରତି ଚୀନ୍‌ର କାରାଗାରରେ ପଶିଛି। ୨୧ ତାରିଖ ସୁଦ୍ଧା ୨୨୪୭ ପ୍ରାଣ ଯାଇଛି କେବଳ କରୋନା ପାଇଁ। ତେବେ ଚୀନ ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଚୀନର ଜେଲଗୁଡ଼ିକରେ ମଧ୍ୟ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି। ଅଦ୍ୟାବଧି ଚୀନରେ ପ୍ରାୟ ୫୦୦ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସରକାରଙ୍କ ନିଦ ହଜି ଯାଇଛି।

ସୂଚନା ଅନୁସାରେ ସମସ୍ତ ଆକ୍ରାନ୍ତ କଏଦୀଙ୍କ ମଧ୍ୟରେ ୨୩୦ ଜଣ ମହିଳା କେବଳ ଉହାନ ଜେଲରେ ଚିହ୍ନଟ ହୋଇଛନ୍ତି। ଆଉ କତେକ ସାୟାଂ ଅଞ୍ଚଳରେ ଥିବା ଅନ୍ୟ ଏକ ଜେଲରେ ଚିହ୍ନଟ ହୋଇଛନ୍ତି। ଜେଲଗୁଡ଼ିକରେ ସଂକ୍ରମଣ ଆରମ୍ଭ ହୋଇଯାଇଥିବାରୁ ତାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଚୀନର ସାଙ୍ଗଡଙ୍ଗ ପ୍ରଦେଶରେ ଥିବା ରେନଚେଙ୍ଗ୍‌ ଜେଲରେ ୨୦୦ କଏଦୀଙ୍କ ଶରୀରରେ ମଧ୍ୟ କରୋନା ଭାଇରସ ଚିହ୍ନଟ ହୋଇଛି।  

Leave a Reply

Your email address will not be published. Required fields are marked *