ଚାଲିଗଲେ, ଅବଦାନ ପାଇଁ ଝୁରୁଥିବ ବିଶ୍ଵ

ନୂଆଦିଲ୍ଲୀ(ଓଟି): ସେ ଆଉନାହାନ୍ତି। ହେଲେ ତାଙ୍କ ଅବଦାନ ପାଇଁ ସମଗ୍ର ବିଶ୍ଵ ସର୍ବଦା ଝୁରୁଥିବ। ପ୍ରାଦ୍ୟୋଗିକ କ୍ଷେତ୍ରକୁ ସେ ଏକ ଅନନ୍ୟ ଉପହାର ଦେଇପାରିଛନ୍ତି। ଫଳରେ କମ୍ପ୍ୟୁଟରରେ କାମ କରିବାବେଳେ ସେହି କୌଶଳ ଖୁବ୍‌ ଉପଯୋଗୀ ହେଉଛି ଓ କାମକୁ କରାଉଛି ସହଜ। ସେହି ଅନନ୍ୟ ଉଦ୍ଭାବକ ଲଯି ଟେସ୍ଲର୍‌ ଆଉନାହାନ୍ତି। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି।

କପି ଆଉ ପେଷ୍ଟ୍‌ର ଜନକ

ଲେରି ୧୯୬୦ରେ ଆମେରିକାର ସିଲିକନ ଭ୍ୟାଲିରେ କମ୍ୟୁଟର ଇଞ୍ଜିନିୟର ଭାବରେ କାମ ଆରମ୍ଭ କରିଥିଲେ। କାମକୁ ସରଳ କରିବାକୁ ଯାଇ ସେ Ctrl+C ଏବଂ Ctrl+V କୌଶଳ ସୃଷ୍ଟି କରିଥିଲେ। ସେ ଦୀର୍ଘଜୀବନ ଜେରକ୍ସ କମ୍ପାନୀରେ କାମ କରିଥିଲେ ଓ ସେ ସମୟରେ ହିଁ ଏହି ନୂଆ ପ୍ରଣାଳୀ ବାହାର କରିପାରିଥିଲେ। ତାଙ୍କ ବିୟୋଗରେ ସମ୍ପୃକ୍ତ ଜେରକ୍ସ କମ୍ପାନୀ ଟୁଇଟ କରି ଶୋକ ପ୍ରକାଶ କରିଛି। ସୂଚନାଯୋଗ୍ୟ ୧୯୪୫ରେ ଲରି ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିଲେ। କାଲିଫର୍ଣ୍ଣିଆସ୍ଥିତ ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ସେ  ଡିଗ୍ରୀ ହାସଲ କରିବା ପରେ କମ୍ପ୍ୟୁଟର ବ୍ୟବହାରକୁ ସରଳ କରିବା ପାଇଁ ସିଷ୍ଟମ ଇଣ୍ଟରଫେସ ଡିଜାଇନରେ ଗବେଷଣା କରିଥିଲେ। ଆଉ Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ପ୍ରଣାଳୀ ସୃଷ୍ଟି କରିଥିଲେ।  

Leave a Reply

Your email address will not be published. Required fields are marked *