ତେନ୍ଦୁଲକରଙ୍କୁ ସ୍ପୋର୍ଟିଂ ମୁମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ(ଓଟି): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ବିଶ୍ଵର ଆଉଏକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ତେନ୍ଦୁଲକରଙ୍କୁ ସ୍ପୋର୍ଟିଂ ମୁମେଣ୍ଟ ୨୦୦୦-୨୦୨୦ ଆୱାର୍ଡ ମିଳିଛି। ବିଶ୍ୱର ପ୍ରସିଦ୍ଧ ଲରିୟସ ୱାର୍ଲ୍ଡ ସ୍ପୋର୍ଟସ ଆୱାର୍ଡ ଘୋଷଣା ହୋଇଥିବାବେଳେ ଫର୍ମୁଲା-୧ ରେସର୍ ଲୁଇସ ହାମିଲଟନ ଏବଂ ଫୁଟବଲ ଖେଳାଳି ଲିୟୋନେଲ ମେସିଙ୍କୁ ପ୍ରଥମଥର ପାଇଁ ଯୁଗ୍ମ ଭାବେ ୱାର୍ଲ୍ଡ ସ୍ପୋର୍ଟସମ୍ୟାନ ଅଫ୍ ଦି ଇୟର ସମ୍ମାନ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଭାରତର କ୍ରିକେଟ ଇତିହାସରେ ସର୍ବଦା ସ୍ମରଣୀୟ ହୋଇରହିଥିବା ଏକ ଛବିକୁ ନେଇ ତେନ୍ଦୁଲକରଙ୍କୁ ଉକ୍ତ ମୁହୂର୍ତ୍ତ ପାଇଁ ସମ୍ମାନ ପ୍ରଦାନ କରାଯାଇଛି। ୨୦୧୧ ବିଶ୍ଵକପରେ ଫାଇନାଲ୍‌ରେ ବାଜି ମାରିବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ ବିଜୟ ଉଲ୍ଲାସରେ ବିଭୋର ହୋଇଉଠିଥିଲା। ଟିମ୍ ଇଣ୍ଡିଆର ସଦସ୍ୟମାନେ ତେନ୍ଦୁଲକରଙ୍କୁ କାନ୍ଧରେ ବୋହି ପଡ଼ିଆ ଚାରିପଟେ ବୁଲାଇଥିଲେ। ଉକ୍ତ ଦୃଶ୍ୟ ଖୁବ୍‌ ଆକର୍ଷଣୀୟ ଥିଲା ଏବଂ ଫଟୋଟି ସେତେବେଳ ଖୁବ୍‌ ଭାଇରାଲ ହୋଇଥିଲା। ସେହି ଫଟୋକୁ ହିଁ ସ୍ପୋର୍ଟିଂ ମୁମେଣ୍ଟ ଭାବେ ଚୟନ କରାଯାଇଥିବା ଜଣାପଡ଼ିଛି।

ତେନ୍ଦୁଲକର କହିଛନ୍ତି ଯେ୧୯୮୩ରେ ଭାରତ ପ୍ରଥମ କ୍ରିକେଟ୍‌ ବିଶ୍ଵକପ୍‌ ଜିତିବାବେଳକୁ ତାଙ୍କୁ ୧୦ବର୍ଷ ବୟସ ହୋଇଥିଲା। ସେବଠାରୁ କ୍ରିକେଟ୍ ଖେଳ ଆରମ୍ଭ କରିଥିବାବେଳେ ବିଶ୍ଵକପ୍‌ ବିଜୟ ପାଇଁ ତାଙ୍କୁ୨୨ବର୍ଷ ଲାଗିଯାଇଥିଲା। ତେବେ ସେହି ମୁହୂର୍ତ୍ତ ସବୁଦିନ ଲାଗି ତାଙ୍କର ସ୍ମରଣ ରହିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *