ରାଜ୍ୟ କ୍ୟାବିନେଟ୍ରେ ୫ ପ୍ରସ୍ତାବ ଅନୁମୋଦିତ
ଭୁବନେଶ୍ବର(ଓଟି): ଗତ ୧୪ ତାରିଖରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବଜେଟ୍ ଅଧିବେଶନ। ଇତିମଧ୍ୟରେ ଜରୁରିକାଳୀନ କ୍ୟାବିନେଟ୍ ବୈଠକ ମଧ୍ୟ ଆଜି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଥିବାବେଳେ ଏଥିରେ ପାଞ୍ଚଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ତେବେ ବିଧାନସଭା ବଜେଟ୍ ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କିତ କୌଣସି ସୂଚନା ଦିଆଯାଇନି। ସୂତ୍ର ଅନୁଯାୟୀ, କ୍ୟାବିନେଟ୍ ବୈଠକ ଅତି ତରବରିଆ ଭାବେ ଡକାଯାଇଥିବାରୁ କୌଣସି ମନ୍ତ୍ରୀଙ୍କୁ କ୍ୟାବିନେଟ୍ ଚିଠା ପ୍ରସ୍ତାବ ପ୍ରଦାନ କରାଯାଇନଥିଲା। ବୈଠକରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।