ରାସ୍ତାରେ ଛିଡ଼ିପଡ଼ିଲା ହାଇ ଭୋଲ୍‌ଟେଜ୍ ତାର

ଝାରସୁଗୁଡ଼ା: ବ୍ରହ୍ମପୁର-ଗୋଳନ୍ଥରାରେ ୧୧ କେଭି ତାର ଟ୍ରାଜେଡି ଲୋକଙ୍କ ମନରୁ ଯାଇନି । ଉକ୍ତ ଦୁର୍ଘଟଣାରେ ୧୦ଜଣଙ୍କ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ତେବେ ସେହି ଘଟଣାର ୨୪ ଘଣ୍ଟା ଭିତରେ ବାଲେଶ୍ୱରରେ ଆଉ ୨ଟି ଅନୁରୂପ ଘଟଣା ଘଟିଥିଲା । ତେବେ ଏତେ ସବୁ ଦୁର୍ଘଟଣା ପରେ ମଧ୍ୟ ବିଭାଗୀୟ ଚେତା ପଶିନି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାରକୁ ନେଇ ଅଘଟଣ ଦେଖିବାକୁ ମିଳୁଛି । ଆଜି ମଧ୍ୟ ଝାରସୁଗୁଡ଼ାରେ ସେଭଳି ଅଘଟଣ ଘଟିଥିଲା । ୪୯ ନମ୍ବର ଏନ୍‌ଏଚ୍ ଅନ୍ତର୍ଗତ ବିଟିଏମ୍ ଛକ ନିକଟରେ ଏକ ୧୩୨ କେଭି ତାର ଛିଡ଼ି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିଲେ । କିନ୍ତୁ ରାସ୍ତା ଉପରେ ତାର ପଡ଼ିରହିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇପଡ଼ିଥିଲା । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *