କୋବିଡ୍-୧୯: ସୂଚନା ୪୬୫ବର୍ଷ ପୂର୍ବର!

ନୂଆଦିଲ୍ଲୀ(ଓଟି): କରୋନା ଭାଇରସ୍‌ କମିବାର ନାଁ ନେଉନି। ବ୍ୟାପୁଛି ଦେଶରୁ ଦେଶ, ମଣିଷଠୁ ମଣିଷ। ଆତଙ୍କରେ ବିଶ୍ଵବାସୀ ଚିନ୍ତିତ। ଏହାରି ମଧ୍ୟରେ ବିଶ୍ଵ ବିପତ୍ତି ସୂଚକ ଏହି ମାରାତ୍ମକ ଭୂତାଣୁ ଓ ସଂକ୍ରମଣ ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ନୂଆ ନାଁ ‘କୋବିଡ୍-୧୯’ ରଖାଯାଇଛି। ଚୀନ୍‌ରୁ ଚଉପାଶକୁ ବ୍ୟାପିଥିବା ଏହି କୋବିଡ୍-୧୯ରେ ୧୧୧୨ ପ୍ରାଣ ହରାଇଥିବାବେଳେ ପ୍ରାୟ ୪୫ ହଜାର ଆକ୍ରାନ୍ତ ହୋଇସାରିଛନ୍ତି। ତେବେ ଏଭଳି ଦିନେ ମାରାତ୍ମକ ରୋଗ ବ୍ୟାପିବ ବୋଲି କେହି ପୂର୍ବାନୁମାନ କରିଥିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ କି! ହଁ ଗତ ଡିସେମ୍ବରରେ ଚୀନର ଜଣେ ଡାକ୍ତର କରୋନା ସମ୍ପର୍କରେ ସତର୍କ ସୂଚନା ଦେଇଥିଲେ; କିନ୍ତୁ ତାଙ୍କ କଥାକୁ ସରକାର ବିଶ୍ଵାସକୁ ନେଇନଥିଲେ। କିନ୍ତୁ ଏଠାରେ ଯାହା ବିଷୟରେ କୁହାଯାଉଛି, ତାହା ଗବେଷଣା ଓ ସମୀକ୍ଷାର ବିଷୟ। କାରଣ ୪୬୫ବର୍ଷ ପୂର୍ବେ ବିଶ୍ଵରେ ଏଭଳି ମାରାତ୍ମକ ରୋଗ ବ୍ୟାପିବାର ଭବିଷ୍ୟବାଣୀ କରାଯାଇଥିଲା ବୋଲି ସମ୍ପ୍ରତି ବିଶ୍ଵର ବିଭିନ୍ନ କୋଣରୁ ଅନେକ ଦାବି ଉଠାଇଛନ୍ତି।

 ସେ ହେଉଛନ୍ତି ଫ୍ରାନ୍ସରେ ଜନ୍ମିତ ଜ୍ୟୋର୍ତିବିଦ୍ ନୋଷ୍ଟ୍ରାଦମସ୍‌।

ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ କେତେକ ୟୁଜର୍ସଙ୍କ ଦାବି ଅନୁସାରେ ୪୬୫ ବର୍ଷ ପୂର୍ବରୁ ନୋଷ୍ଟ୍ରାଦମସ୍ କରୋନା ଭାଇରସ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ। ଟୁଇଟରରେ ଜଣେ ୟୁଜର ମାର୍କୋ ମଲାକାରାଙ୍କ କହିବା ହେଲା- ବିଶ୍ୱବ୍ୟାପି ବନ୍ୟା, ଅଗ୍ନିକାଣ୍ଡ ଓ କରୋନା ଭାଇରସ୍ ବ୍ୟାପିବାର ଭବିଷ୍ୟବାଣୀ ୪୬୫ ବର୍ଷ ପୂର୍ବରୁ ନୋଷ୍ଟ୍ରାଦମସ୍ କରିଥିଲେ। ଅନୁରୂପ ଭାବେ ଆଉଜଣେ ୟୁଜର ସ୍ପେନ ଭାଷାରେ ଲେଖିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଆସିବାକୁ ଥିବା ମାହାମାରୀ ସମ୍ପ୍ରତି ପୃଥିବୀରେ ବ୍ୟାପୀ ସାରିଛି। ଏନେଇ ୪୬୫ ବର୍ଷ ପୂର୍ବରୁ ନୋଷ୍ଟ୍ରାଦମସ୍ କହିସାରିଥିଲେ। ବିଶେଷଜ୍ଞଙ୍କ କହିବା ହେଲା ୧୫ଶ ଶଦାବ୍ଦୀରେ ନୋଷ୍ଟ୍ରାଦମସ୍ ସୂଚାଇଥିଲେ ଯେ ଏକ ଭୟଙ୍କର ମାହାମାରୀ ବିଶ୍ଵରେ ବ୍ୟାପିବ।

ସେ ଯାହାହେଉ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *