ଦିଲ୍ଲୀ କଂଗ୍ରେସ: ପଦ ଛାଡ଼ିଲେ ଚାକୋ

ନୂଆଦିଲ୍ଲୀ(ଓଟି): ଏକଦା କଂଗ୍ରେସ ରାଜ୍‌ କରୁଥିଲା ଦିଲ୍ଲୀରେ। ତେବେ ଗତ ନିର୍ବାଚନରେ ଗୋଟିଏ ମଧ୍ୟ ଆସନ ଦଳ ପକ୍ଷରେ ଗଲାନି। ଆପ୍‌ ପାଖକୁ ଗଲା ୬୭ ଆଉ ୩ ନେଇଗଲା ବିଜେପି। ତେବେ ଚଳିତ ବିଧାନସଭା ନିର୍ବାଚନରେ ଖୁବ୍‌ ଉଦ୍ୟମ କରିଥିଲା କଂଗ୍ରେସ। ଆଶା କରାଯାଉଥିଲା ଗୋଟିଏ ଦୁଇଟି ଆସନ ନେଇପାରେ। କିନ୍ତୁ ପୁଣି ଥରେ ଖାତା ଖୋଲିଲା ନାହିଁ। ପୂର୍ବଥର ଭଳି ଅବସ୍ଥା ଘଟିଲା। ଫଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଘୋର ଅଶାନ୍ତି ଦେଖାଦେଇଥିବାବେଳେ ପରାଜୟର କାରଣ ଖୋଜୁଛି ଦଳ। ନେତାମାନେ ଚଳାଇଛନ୍ତି ସମୀକ୍ଷା। ଏଭଳି ସ୍ଥିତିରେ ଦିଲ୍ଲୀ ପାଇଁ ପ୍ରଭାରୀ ଥିବା ପିସି ଚାକୋ ନିଜ ପଦ ତ୍ୟାଗ କରିଦେଇଛନ୍ତି। ସୂଚନାଯୋଗ୍ୟ ଶିଲା ଦୀକ୍ଷିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଆପ୍ ଏଣ୍ଟ୍ରି କରିଥିଲା ଓ କଂଗ୍ରେସ ଭୋଟ ବ୍ୟାଙ୍କ ଭାଗ ହୋଇଥିଲା। ତାହା ପରଠୁ କଂଗ୍ରେସ ଦିଲ୍ଲୀରେ ଉଧେଇ ପାରୁନି।

Leave a Reply

Your email address will not be published. Required fields are marked *