ଦିଲ୍ଲୀ ନିର୍ବାଚନ: ୨୭ ଆସନରେ ଏକ ହଜାର ଭୋଟ୍‌ର ଫରକ

ଭୁବନେଶ୍ଵର, (ଓଟି) ଦିଲ୍ଲୀ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବଦଳିବାରେ ଲାଗିଛି। ଯଦିଓ ପ୍ରାୟ ୫୦ ସିଟ୍‌ରେ ଆପ୍‌ ଆଗରେ ଚାଲୁଛି। କିନ୍ତୁ ବିଜେପି ଏହାକୁ କଡ଼ା ମୁକାବିଲା ଦେଇ ଚାଲିଛି। ୨୭ ଏପରି ଆସନ ରହିଛି ଯେଉଁଠାରେ ୧୦୦୦ରୁ କମ୍‌ ଭୋଟ୍‌ର ପାର୍ଥକ୍ୟ ରହିଛି। ଦିଲ୍ଲୀ ବିଜେପିରେ ଏହି ଅନ୍ତର ଦେଖି ବେଶ୍‌ ଆଶା ସଂଚାର ହୋଇଛି। 

ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ କହିଛନ୍ତି, ଏହି ସମୟ ଘୃଣା ଓ ଅହଙ୍କାର ଦେଖାଇବା କଥା ନୁହେଁ। ସକାରାତ୍ମକ ଆଶା ସାଙ୍ଗରେ ବାକି ପର୍ଯ୍ୟାୟ ଗଣତିକୁ ଅପେକ୍ଷା କରିବା ଆବଶ୍ୟକ। କାହାର ଉତ୍ସାହରେ କମ୍‌ ହେବା ଅନୁଚିତ। 

ଆମ ଆଶା ଅନୁସାରେ ଆମକୁ ସଫଳତା ଏଯାଏ ମିଳି ନାହିଁ। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ରେ ଆମକୁ ୨ ଆସନ ଦେଉଥିବାବେଳେ ଆମକୁ ୨୨ ଆସନ ମିଳିଛି ବୋଲି ସେ କହିଛନ୍ତି। 

Leave a Reply

Your email address will not be published. Required fields are marked *