ଦିଲ୍ଲୀ ନିର୍ବାଚନ ଫଳାଫଳ: ଆପ୍‌ ଚାଲୁଛି ଆଗରେ

ଭୁବନେଶ୍ଵର, (ଓଟି): ଦିଲ୍ଲୀ ବିଧାନସଭା ପାଇଁ ଆଜି ଭୋଟ୍‌ ଗଣତି ଜାରି ରହିଛି। ଗଣତି ଆରମ୍ଭରୁ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଆଗୁଆ ଚାଲୁଥିବା ଆରମ୍ଭ କରାଯାଇଛି। କିନ୍ତୁୁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେପି ଧିରେ ଧିରେ ନିଜର ସଂଖ୍ୟା ବଢ଼ାଉଛି। ୧୨ଟି ରାଉଣ୍ଡରେ ଏହି ଭୋଟ୍‌ ଗଣତି ହେବ।  ସମୁଦାୟ 70 ଆସନ ଭିତରୁ ଆପ୍‌ 50ଟି ଆସନରେ ଆଗୁଆ ରହିଥିବାବେଳେ ବିଜେପି 20 ଆସନରେ ଆଗୁଆ ରହିଥିବା ଖବର ମିଳିଛି। କଂଗ୍ରେସ କୌଣସି ଗୋଟିଏବି ନିର୍ବାଚନ ମଣ୍ଡଳୀରେ ନିଜର ଖାତା ଖୋଲିପାରି ନାହିଁ। 

ଦିଲ୍ଲୀ ନିର୍ବାଚନକୁ କେହି କେହି ଭାରତୀୟ ରାଜନୀତିକ ଭବିଷ୍ୟତ ମତ ନିର୍ଦ୍ଧାରକ ଭାବେ ଗ୍ରହଣ କରୁଛନ୍ତି।  ଉଭୟ ଆପ୍‌ ଏବଂ ବିଜେପି ପକ୍ଷରୁ ଏହି ରାଜ୍ୟର ଶାସନକୁ ଅକ୍ତିଆର କରିବା ପାଇଁ  ଉଦ୍ୟମ କରିଥିଲେ।  ଆମ୍‌ ଆଦ୍‌ମି ପାର୍ଟି ଦିଲ୍ଲୀରେ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ସମ୍ମୁଖରେ ଭୋଟ୍‌ ଅକ୍ତିଆର ପାଇଁ ଉପସ୍ଥାପନ କରିଥିବାବେଳେ ବିଜେପି ଜାତୀୟତାବାଦ ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲା। ଏହିକ୍ରମରେ ସିଏଏ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗକୁ ଉପସ୍ଥାପନ କରାଯାଇଥିଲା।  ଏ ଭିତରେ ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବି ଉଦ୍ୟମ କରାଯାଇଥିଲା। ଯାହାକୁ ଭିତ୍ତିକରି ବିଜେପିକୁ ସମାଲୋଚନା ହେବାକୁ ପଡ଼ିଥିଲା। 

ନିର୍ବାଚନ ପୂର୍ବରୁ ବିଜେପିର କୌଣସି ଶବ୍ଦ ଦିଲ୍ଲୀରେ ଦେଖିବାକୁ ମିଳୁ ନଥିଲା। କିନ୍ତୁ ଭୋଟ୍‌ ଗ୍ରହଣରୁ ୧୫ ଦିନ ପୁର୍ବରୁ ବିଜେପି ନିଜର ରଣନୀତିକୁ ସୁଦୃଢ଼ କରିଥିଲା। ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରସଙ୍ଗରେ ଦିଲ୍ଲୀରେ ପଅଚାର ପାଇଁ ମୁଖ୍ୟ ଅସ୍ତ୍ର ହୋଇଥିଲେ। ତାଙ୍କରି ଭାଷଣରେ ସେ ଉତ୍ତେଜନାମୂଳକ ଆହ୍ବାନ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। 

Leave a Reply

Your email address will not be published. Required fields are marked *