ଚୀନ୍ରେ କରେନା ଆତଙ୍କ: ୩୦୫ ମୃତ, ବାର୍ଡ଼ଫ୍ଲୁ ବି ମାତିଲା
ନୂଆଦିଲ୍ଲୀ, (ଓଟି): ଚୀନ୍ରେ କରୋନା ଭୂତାଣୁ ଆତଙ୍କ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏ ଭିତରେ ୩୦୫ ଜଣଙ୍କ ମୃତ୍ୟୁ ହୋଇଛି। ୧୫ ହଜାରରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ଭିତରୁ ୨୧୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଗକୁ ତିନିଦିନ ଯାଏ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଇଛି।
ଭାରତ ସମେତ ୨୫ ଦେଶକୁ ଚୀନ୍ରୁ ଏହି ଭୂତାଣୁ ବ୍ୟାପିଛି। ଭାରତ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇ ଚୀନରେ ଥିବା ୬୪୭ ଭାରତୀୟଙ୍କୁ ବିମାନ ସାହାଯ୍ୟରେ ଦେଶକୁ ଅଣାଯାଇଛି। ସେମାନଙ୍କୁ ଉପଯୁକ୍ତ ଯାଞ୍ଚ କରାଯାଉଛି। ୧୦ଜଣଙ୍କ ଦେହରେ ପ୍ରବଳ ଜ୍ବର ଥିବା ହେତୁ ସେମାନଙ୍କୁ ଚୀନ ବୈଦେଶିକ ମନ୍ତ୍ରଣାଳୟ ବିମାନରେ ଚଢ଼ିବା ମନା କରିଛନ୍ତି।
ଚୀନରେ ପ୍ରଭାବିତ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏତେ ସଂଖ୍ୟାରେ ରୋଗୀଙ୍କ ଚିକିତ୍ସା ଲାଗି ତୁରନ୍ତ ଅସ୍ଥାୟୀ ହସ୍ପିଟାଲ୍ ନିର୍ମାଣ କରାଯାଉଛି। ୯ ଦିନ ଭିତରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇପାରିଛି। ଆଗକୁ ଏକ ୨୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପାଇଁ କାମ ଚାଲିଛି। ଚୀନ ସେନାର ଡାକ୍ତରମାନଙ୍କୁ ଏଠାରେ ଯୁଦ୍ଧକାଳୀନ ଚିକିତ୍ସା ବ୍ୟବସ୍ଥା କରାଇବାକୁ ମୁତୟନ କରାଯାଇଛି।
କରୋନା ପରେ ବାର୍ଡ଼ ଫ୍ଲୁ
ଏ ଭିତରେ ଚୀନର ହୁବେଇ ସହରରେ ଏଚ୍୫ ଏନ୍-୧ ଭୂତାଣୁ ବା ବାର୍ଡ ଫ୍ଲୁ ବ୍ୟାପିଛି। ଏହାର ଖବର ପାଇଁ ପ୍ରତିଶେଧକମୂଳକ ବ୍ୟବସ୍ଥା ଚୀନ ସରକାର ଗହଣ କରିଛନ୍ତି। ପ୍ରାୟ ୧୭୮୨୮ କୁକୁଡ଼ାଙ୍କୁ ମାରି ମାଟିରେ ପେରତିଦିଆଯାଇଛି। ଏଥିରେ କୌଣସି ମାନବ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇ ନାହିଁ। ପିଟିଆଇ ରିପୋର୍ଟ ଅନୁସାରେ ଚୀନ୍ରେ ୧୫ ବର୍ଷର ବାର୍ଡ଼ଫ୍ଲୁ ରିପୋଟ;କୁ ଦେଖିଲେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତ ରହିଛି। ଏଣୁ ଯଦି ମାନ ଶରୀରରେ ଏହି ଭୂତାଣୁ ପ୍ରବେଶ କରେ ତେବେ ପରିସ୍ଥିତି ଭୟଙ୍କର ହୋଇପାରେ। ହୁବେଇରେ ଶତାଧିକ ଭାରତୀୟ ବସବାସ କରୁଛନ୍ତି।











