ଭୁବନେଶ୍ଵରରେ ନୂଆ ଟ୍ରାଫିକ୍‌ ନିୟମ: ୩ ଦିନ ବାମ ପଟେ ଆଉ ତିନିଦିନ ଡାହାଣ ପଟେ ପାର୍କିଂ

ଭୁବନେଶ୍ଵର, (ଓଟି): ରାଜଧାନୀର ଜନଗହଳି ପୂଣ୍ଣ ବଜାର ଅଞ୍ଚଳ ୟୁନିଟ୍‌-୧ ଏବଂ ବାପୁଜୀ ନଗରରେ ନୂଆ ଟଆଫିକ୍‌ ନିୟମ ଲାଗୁ ହୋଇଛି। ଏହିକ୍ରମରେ ଜନସାଧାରଣଙ୍କୁ ସେମାନଙ୍କ ଗାଡ଼ି ପାର୍କିଂ କରିବା ଏବଂ ଗତିପଥର ଧାରା ସୂଚାଇ ଦିଆଯାିଛି। ଏହି ଅଞ୍ଚଳରେ ଉଠା ଦୋକାନୀଙ୍କୁ ବାରଣ କରାଯାିଥିବା ବେଳେ ପାଦ ଚଲା ରାସ୍ତାକୁ ଯଥାସମ୍ଭବ ଖାଲି ରଖାଯିବାକୁ ଉଦ୍ୟମ ହୋଇଛି। ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ୧୦୦୦ ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଏଣୁ ଜାଣି ରଖନ୍ତୁ ଆଜିଠାରୁ ଆପଣ କେମିତି ଯିବେ ଏକ ନମ୍ବର ହାଟ ବା ବାପୁଜୀ ନଗର ବଜାର। ନିଜେ ସତର୍କ ହୋଇଗଲେ ପୁଲିସର ନାଲି ଆଖି ଦେଖିବାକୁ ପଡ଼ିବନି କି ଅଯଥା ଅନ୍ୟ ଲୋକ ହଇରାଣ ହେବେନି। 

ବାପୁଜୀ ନଗର ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରିବା ଲଶଗି କଳ୍ପନାରୁ ରାଜମହଲ ଯାଏ ଦୁଇଟଇ ଯାକ ସର୍ଭିସ୍‌ ରୋଡ୍‌ରେ ପାର୍କିଂ ବରଦାସ୍ତ କରାଯିବ ନାହିଁ। ବାପୁଜୀ ନଗର ବଜାରକୁ ପ୍ରବେଶ କରିବା ପୂର୍ବରୁ ସବ୍‌ ମେନ୍‌ ରୋଡ୍‌-୧ ଦେଇ ପ୍ରବେଶ କରିବେ ଏବଂ ରୋଡ୍‌-୨ ଦେଇ ଶିଶୁ ଭବନଆଡ଼କୁ ଫେରିବେ। ସେହିପରି ୧ନମ୍ବର ସବ୍‌ ମେନ୍‌ ରୋଡ୍‌ ଦେଇ ୧୨ ନମ୍ବର ରାସ୍ତାରେ ପ୍ରବେଶ କରିପାରିବେ। ପୁଣି ଫେରିଲା ବେଳକୁ ୧୧ ନମ୍ବର ରାସ୍ତା ଦେଇ ୨ ନମ୍ବର ରାସ୍ତାକୁ ଫେରିବେ। 

ବାପୁଜୀନଗର ସବ୍‌ମେନ୍‌ରୋଡ୍‌ ୧, ୧୨ ଓ ୨ ଏବଂ ୧୧ର ଗୋଟିଏ ପାଶ୍ଵରେ ପାର୍କିଂ ବ୍ୟବସ୍ଥା ହୋଇଛି। 

ତିନିଦିନ ବାମପଟେ ପାର୍କିଂ, ତିନିଦିନ ଡାହାଣ ପଟେ

ବାପୁଜୀ ନଗର ସବ୍‌ ମେନ୍‌ ରୋଡ୍‌ ୧ ଓ ୨ର ଉଭୟ ପାଶ୍ଵର୍ର୍ରେ ପାର୍କଂ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତିନିଦିନ ବାମ ବପଟେ ଓ ତିନିଦିନ ଡାହାଣ ପଟେ ପାର୍କିଂ ବ୍ୟବସ୍ଥା ରହିଛି। ସୋମବାର, ବୁଧବାର ଏବଂ ଶୁକ୍ରବାର ବାମପଟେ ପାର୍କିଂ ହେବ। ମଙ୍ଗଳ, ଗୁରୁ, ଶନି ରାସ୍ତାର ଡାହାଣ ପଟେ ପାର୍କିଂ ହେବ। 

ପୁଣି ବାପୁଜୀନଗର ବଜାର ଭିତରେ ପାର୍କିଂ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ଜଗନ୍ନାଥ ସେବା ସଦନ ସାମ୍ନା, ରବୀନ୍ଦ୍ର ମେଡିସିନ୍‌ ଷ୍ଟୋର ସାମ୍ନା ଏବଂ ବ୍ୟାଙ୍କ ଅଫ ବରୋଦା ସାମ୍ନାରେ ପାର୍କିଂ କରି ପାରିବେ। 

ପ୍ରଥମେ ୟୁନିଟ୍‌-୧ ହାଟ ଓ ବଜାରରେ ନୂଆ ଟ୍ରାଫିକ ଓ ପାର୍କିଂ ନିୟମ କଥା,

ଅବଶ୍ୟ ଏହି ନିୟମ ଏବେ କିଛିଦିନ ହେଲା ଲାଗୁ ହୋଇଛି କିନ୍ତୁ ପୁଲିସ କମିଶନରେଟ୍‌ ଏନେଇ ନିଜର ଆଭିମୁଖ୍ୟକୁ ଟ୍ବିଟରରେ ଜଣାଇଛନ୍ତି:

ରାଜମହଲ ଛକ ଓ ଏଜି ଛକ ମଧ୍ୟରେ ଦୁଇ ଚକିଆ ଯାନ ପାର୍କିଂ ହେବ ନାହିଁ। ସେଠାରେ ଗୋଟିଏ ପାର୍ଶ୍ବରେ ଚାରିଚକିଆ ଯାନ ପାର୍କିଂ ହେବ। ଏଠାରେ କୌଣସି ଉଠା ଦୋକାନୀ ବା ଠେଲା ଦୋକାନୀଙ୍କ ଦୋକାନ ପଡ଼ିବ ନାହିଁ। ପାଦ ଚଲା ରାସ୍ତା ଉନ୍ମୁକ୍ତ ହେବ ନାହିଁ। 

 

 

Leave a Reply

Your email address will not be published. Required fields are marked *