ବଜେଟ୍ ୨୦୨୦: କ’ଣ ବଢ଼ିବ, ଆଉ କ’ଣ କମିବ
ଭୁବନେଶ୍ଵର, (ଓଟି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସୁଦୀର୍ଘ ଅଭିଭାଷଣ ରଖି ଆସନ୍ତା ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ଏପ୍ରିଲ୍୧, ୨୦୨୦ରୁ ଏହି ବଜେଟ୍ ଲାଗୁ ହେବ। କିଛି ପରିମାଣରେ ଏହି ବଜେଟ୍ ସାଧାରଣ ଲୋକଙ୍କୁ ସୁଫଳ ଦେଇପାରେ। କିନ୍ତୁ ଅନ୍ୟ ପକ୍ଷରେ ପକେଟ୍କୁ ମଧ୍ୟ ବାଧିବାର ଆଶଙ୍କା ରହିଛି।
ବିଶେଷକରି ବଜେଟ୍ ଆସିଲେ ପ୍ରଥମେ ବଜାର ମୂଲ୍ୟ ଉପରେ କି ପ୍ରଭାବ ପଡ଼ିବ ତାହାକୁ ନେଇ ଅନେକ ଆଲୋଚନା ହୋଇଥାଏ। କେଉଁ ଜିନିଷସବୁ ଦର ବଢ଼ିବ ଆଉ କେଉଁ ଜିନିଷର ଦର କମିବ ସେ ନେଇ ଆଲୋଚନା ହୁଏ। ଅବଶ୍ୟ ଗତ କିଛି ବର୍ଷ ହେଲା ସେ ଆଲୋଚନା କେବଳ କଷ୍ଟମ୍ ଡ୍ୟୁଟି ଲାଗୁଥିବା ଜିନିଷଗୁଡ଼ିକ ଉପରେ ନିର୍ଭର କରୁଛି। ଯଦିଓ ଗୋଟିଏ ଦୁଇଟି ସାମଗ୍ରୀ ଉପରୁ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି, କିନ୍ତୁ ଅନେକ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ବଢ଼ାଯିବା ଦ୍ଵାରା ବଜାର ଦର ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରାଥମକିକ ଭାବେ ଦେଖିବାକୁ ଗଲେ ଯେଉଁସବୁ ସାମଗ୍ରୀ ଲୋକଙ୍କ ପକେଟ୍କୁ ଭାରି କରିବ ସେଥିରେ ସାମିଲ୍ ଆମଦାନୀ ହେଉଥିବା ଯୋତା, ଟବାକୋ, ଆଉ ଆଲ୍କହଲ। ଏହାବାଦ୍ ଲୋକଙ୍କୁ ବିଦେଶୀ ମେଡିକାଲ୍ ଯନ୍ତ୍ରାଂଶ ଆମଦାନୀ ଉପରେ ଅଧିକ ଦାମ୍ ଦେବାକୁ ପଡ଼ିବ। ଅବଶ୍ୟ ଅର୍ଥମନ୍ତ୍ରୀ ନିର୍ମଳା ଏହି କଷ୍ଟମ୍ ବୃଦ୍ଧି ଆମ ଦେଶରେ ଉତ୍ପଦନ ବଢ଼ାଇବାରେ ସହାୟକ ହେବ ବୋଲୀ ଆଶା ପ୍ରକାଶ କରିଛନ୍ତି।
ଆସନ୍ତୁ ନଜର ପକାଇବା କେଉଁ ସାମଗ୍ରୀ ବଢ଼ିଲା ଆଉ କେଉଁ ସାମଗଅୀର ଦର କମିଲା।
ଯେଉଁ ସାମଗ୍ରୀର ଦର ବଢ଼ିଲା ସେ ତାଲିକା ପ୍ରଥମେ।
- ଯୋତା
- ଆସବାବ
- ଆମଦାନୀ ହେଉଥିବା ମେଡିକାଲ୍ ଯନ୍ତ୍ରାଂଶ
- ସିଗାରେଟ
- ଟବାକୋ ଉତ୍ପାଦ
- କାନ୍ଥଲଗା ଫ୍ୟାନ
- କିଚେନ୍ ଲଗା ଯନ୍ତଆଂଶ
- ଶୋଧିତ ଚିନି
- ସ୍କିମ୍ଡ କ୍ଷୀର
- କିଛି ଆଲକହଲ ପାନୀୟ
- ସୋୟା ଫାଇବର
- ସୋୟା ପ୍ରୋଟିନ୍
- କୃଷି ଭିତ୍ତିକ ପ୍ରାଣୀଜ ଉତ୍ପାଦ
- ଷ୍ଟିଲ
- କପର
- ଲୌହ କ୍ଲେ (ମୁଦା)
- କିଛି ବିଜୁଳି ସାମଗ୍ରୀ
- କିଛି ଅଟୋମୋବାଇଲ୍ ପାର୍ଟସ
କେଉଁ ସାମଗ୍ରୀ ଶସ୍ତା ହେବ। ଅର୍ଥାତ୍ କେଉଁ ସାମଗ୍ରୀ ଉପରୁ କଷ୍ଟମ୍ ଡ୍ୟୁଟି ହ୍ରାସ ପାଇଲା?
ଏହି ତାଲିକାରେ ମୁଖ୍ୟତଃ ସାମିଲ୍ ରହିଛି
- ନ୍ୟୁଜ୍ପ୍ରିଣ୍ଟ।
- ହାଲୁକା ରଙ୍ଗୀନ କାଗଜ ୫% ଦର କମିଛି।
- ବିଶୁଦ୍ଧ ତେରେପ୍ଥାଲିକ ଏସିଡ୍