ମନସ୍ଵୀ-ମନୋଜ-ମହାନ

ମନୋଜ ଦାସ ଆମର ପଦ୍ମଭୂଷଣ

ଭୁବନେଶ୍ଵର(ଓଟି): ଏଇ ମାଟିର ସନ୍ତାନ… ଏଇ ମାଟିର ମହାନ ପୁରୁଷ। ସେ ଆଉ କେହି ନୁହନ୍ତି… ମନୋଜ ଦାସ। ଅଦ୍ଵିତୀୟ ସାରସ୍ଵତ ପୁରୁଷ। ସେହି ମହାନ ବ୍ୟକ୍ତି ଆଜି ଆମର ପଦ୍ମଭୂଷଣ…

କେନ୍ଦ୍ର ସରକାର ପକ୍ଷରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର। ସେ ମଧ୍ୟରେ ମନସ୍ଵୀ ମନୋଜଙ୍କୁ ମିଳିଛି ଭୂଷଣ ସମ୍ମାନ। ଖାଲି ସେତିକି ନୁହେଁ ଆମ ପବିତ୍ର ଉତ୍କଳର ଆହୁରି ୧୦ଜଣଙ୍କୁ ମଳିଛି ପଦ୍ମଶ୍ରୀ ସମ୍ମାନ।

ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ନିକଟରେ ପରଲୋକ ହୋଇଯାଇଛି ତାଙ୍କର। କିନ୍ତୁ ପୂର୍ବରୁ ସେ ପଦ୍ମ ତାଲିକାଭୁକ୍ତ ହୋଇଥିଲେ। ସୌଭାଗ୍ୟର ବିଷୟ ସେ ସମ୍ମାନ ପାଇଛନ୍ତି, ଦୁର୍ଭାଗ୍ୟ ଯେ ସେ ନାହାନ୍ତି। ସେ ଯାହାବି ହେଉ… ଆସନ୍ତୁ ଜାଣିବା ଓଡ଼ିଶାରୁ କିଏ ପଦ୍ମ ସମ୍ମାନର ଅଧିକାରୀ….

ପଦ୍ମଭୂଷଣ

୧- ମନୋଜ ଦାଶ (ପୁଡୁଚେରୀ/ ବାଲେଶ୍ୱର/ସାହିତ୍ୟ)

୨- ଏସ୍ ସି ଜମିର (ପୂର୍ବତନ ଓଡ଼ିଶା ରାଜ୍ୟପାଳ) (ନାଗାଲାଣ୍ଡ/ରାଜନୀତି)

…….

ପଦ୍ମଶ୍ରୀ

୩ – ଡ. ଦିଗମ୍ବର ବେହେରା (ଚଣ୍ଡୀଗଡ଼ /କଟକ/ମେଡିସିନ)

୪- ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ (ୟୁଏସ୍ଏ/କଟକ/ଅର୍ଥନୀତି)

୫- ଉତ୍ସବ ଦାସ (ଚୌଦ୍ୱାର/ଘୋଡ଼ାନାଚ)

୬- ମିତ୍ରଭାନୁ ଗୌନ୍ତିଆ (ସମ୍ବଲପୁର/ସମ୍ବଲପୁରୀ ଗୀତିକାର)

୭- ବୀଣାପାଣି ମହାନ୍ତି ( କଟକ/ ସାହିତ୍ୟ)

୮- ଡ. ଦମୟନ୍ତୀ ବେଶ୍ରା (ମୟୂରଭଞ୍ଜ/ ସାହିତ୍ୟ)

୯- ମନମୋହନ ମହାପାତ୍ର (ସିନେମା)

୧୦- ପ୍ର. ରାଧାମୋହନ (ବାପା) ଏବଂ

୧୧- ସାବରମତୀ (ଝିଅ) (ନୟାଗଡ଼/କୃଷି)

୧୨- ବଟକୃଷ୍ଣ ସାହୁ (ଖୋର୍ଧା /ଗୋପାଳନ)

ଏଥିସହ…

ଚଣ୍ଡୀଗଡ଼ରେ କାର୍ଯ୍ୟରତ ଭେଷଜ ବିଶେଷଜ୍ଞ ଦିଗମ୍ବର ବେହେରା ଏବଂ ଆମେରିକାରେ ରହୁଥିବା ପ୍ରଶାନ୍ତ କୁମାର ପଟ୍ଟନାୟକ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନର ଅଧିକାରୀ ହୋଇଛନ୍ତି। ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ମିଳିବ। ଖାଲି ସେତିକି ନୁହେଁ; ଦମୟନ୍ତୀ ବେଶ୍ରା ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପାଇଛନ୍ତି। ଏହି ବିଭାଗରେ ବୀଣାପାଣୀ ମହାନ୍ତି ମଧ୍ୟ ପଦ୍ମଶ୍ରୀ ପାଇବେ। କଳା ପାଇଁ ଉତ୍ସବ ଚରଣ ଦାସଙ୍କୁ ପଦ୍ମଶ୍ରୀ ମିଳିବ। ମିତ୍ରଭାନୁ ଗୌନ୍ତିଆ ମଧ୍ୟ କଳା ପାଇଁ ପଦ୍ମଶ୍ରୀ ପାଇବେ। ପଶୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁ ପଦ୍ମଶ୍ରୀ ପାଇବେ।

Leave a Reply

Your email address will not be published. Required fields are marked *