ଭୟଙ୍କର ଭୂସ୍ଖଳନ, ୨୨ ମୃତ

ନୂଆଦିଲ୍ଲୀ(ଓଟି): ପୂର୍ବ ତୁର୍କୀରେ ଘଟିଛି ଭୟଙ୍କର ଭୂସ୍ଖଳନ। ଏହି ଭୂମିକମ୍ପ ଫଳରେ ସମ୍ପୂର୍ଣ୍ଣ ଲାଜିକ୍ ପ୍ରୋଭିନ୍ସ ହୋହଲି ଯାଇଛି। ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶିଯିବା ସହ ବ୍ୟାପକ ଧନଜୀବନ କ୍ଷତି ହୋଇଯାଇଛି। ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୨୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିବା ରେକର୍ଡ ହୋଇଛି ଏବଂ ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୫୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ୫୫ରେ ଭୂମିକମ୍ପ ହୋଇଥିଲା। ତେବେ ଥରେ କି ଦୁଇଥର ନୁହେଁ କିଛି ସମୟ ଭିତରେ ଲଗାତାର ୧୫ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଫଳରେ ଅନେକ କୋଠା ଭୁଶୁଡି ପଡ଼ିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପୀଡ଼ିତମାନଙ୍କୁ ଉଦ୍ଧାର କରାଯାଇ ସ୍ପୋର୍ଟ୍ସ ସେଣ୍ଟର, ଗେଷ୍ଟ ହାଉସ ଓ ସ୍କୁଲ ଆଦି ସ୍ଥାନରେ ରଖାଯାଉଛି।

Leave a Reply

Your email address will not be published. Required fields are marked *