ନେତାଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ(ଓଟି): ସ୍ଵାଧୀନତା ସଂଗ୍ରାମର ମହାନ ଯୋଦ୍ଧା ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଦେଶସାରା ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନେତାଜୀଙ୍କର ଅତୁଳନୀୟ ସାହସ ଏବଂ ଔପନିବେଶବାଦକୁ ପ୍ରତିରୋଧ କ୍ଷେତ୍ରରେ ଅବଦାନ ପାଇଁ ଦେଶ ସର୍ବଦା ଋଣୀ ତଥା କୃତଜ୍ଞ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏଥିସହ ନେତାଜୀଙ୍କ ବୀରତ୍ଵ ଓ ଅସାଧାରଣ ବ୍ୟକ୍ତିତ୍ଵକୁ ପ୍ରଧାନମନ୍ତ୍ରୀ ଟୁଇଟ୍ ଜରିଆରେ ଖୁବ୍ ପ୍ରଶଂସା କରିଛନ୍ତି। ଭାରତୀୟମାନଙ୍କ ପ୍ରଗତି ଏବଂ ମଙ୍ଗଳ ପାଇଁ ନେତାଜୀ ସର୍ବଦା ସ୍ୱର ଉତ୍ତୋଳନ କରିଥିଲେ। ସେହି ଅନନ୍ୟ ମହାନାୟକଙ୍କ ଜୟନ୍ତୀରେ ସଗର୍ବ ସ୍ମରଣ ଓ ସମ୍ମାନ କରୁଛୁ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।











