ଚମ୍ପୁଆ: କର୍ତ୍ତବ୍ୟରେ ଅବହେଳା କାରଣ ଦର୍ଶାଇ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକ ୩ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି । ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର ମହାନ୍ତ ଓ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତ ବିଲମ୍ବରେ ବିଦ୍ୟାଳୟ କୁ ଆସିଥିବା ନେଇ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି । ସେହିପରି କସିରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚମ୍ପକ୍ କୁମାର ନାୟକ ଦୀର୍ଘ ଦିନ ଧରି ବିନା ସୂଚନାରେ ଅନପସ୍ଥିତ ରହିଥିବା ରୁ ତାଙ୍କ ଦରମା ବନ୍ଦ କରିଥିବା ଜଣାଯାଇଛି। ଏମାନଙ୍କ ବିରୁଦ୍ଧରେ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଥିଲା। ତାଙ୍କ ବିରୁଦ୍ଧରେ ନିଆଯାଇ ଥବା ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ସମ୍ବନ୍ଧରେ ବିଭାଗ ତରଫରୁ ସେମାନଙ୍କୁ ଅବଗତ କରାଯାଇଥିବା କାର୍ଯାଳୟ ସୁତ୍ରରୁ ପ୍ରକାଶ।