୨୦୨୦ ପୁଲିସ ମେଡାଲ୍‌ ପାଇଁ ୧୪ଜଣଙ୍କ ନାଁ ଘୋଷିତ; ୨୬ରେ ରାଜ୍ୟପାଳ ପ୍ରଦାନ କରିବେ

ଭୁବନେଶ୍ଵର, (ଓଟି): ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ତଥା ଭିଜିଲାନ୍ସ ଲାଗି ଓଡ଼ିଶା ସରକାର ୧୪ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ସେବା ପଦକ ପ୍ରଦାନ କରିବେ। ଗଣରାଜ ଦିବସ ପାଳନ ଅବସରରେ ପୂର୍ବରୁ ପ୍ରଚଳିନତ ପରମ୍ପରା ଅନୁସାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ଲହି ଯୋଗ୍ୟ ଘୋଷିତ ଅଧିକରୀଙ୍କୁ ପଦକ ପିନ୍ଧାଇ ଅଭିବାଦନ ଜଣାଇବେ। 

ପୁଲିସ ମୁଖ୍ୟାଳୟ ପକ୍ଷରୁ ବୁଧବାର ଏହି ୧୪ ଜଣ ଅଧିକାରୀଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ପ୍ରଥମେ ରହିଛି ଅତିରିକ୍ତ ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ ନାଁ। ତାଙ୍କ ପଛକୁ ରହିଛି ମୁଲିସ ଅଧୁନିକୀକରଣ ଆଇଜି ରେଖା ଲୋହାନୀ, ପୁରୀ ଏସ୍‌ପି ଉମାଶଙ୍କର  ଦାଶ, ଭିଜିଲାନ୍ସ ଡିଲସ୍‌ପି ସରୋଜ କୁମାର ସାମଲ, ରାଜ୍ୟ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରା, ଭିଜିଲାନ୍ସ ଇନ୍‌ସପେକ୍ଟର ପ୍ରଣୀତା କୁମାରୀ ରାୟ, ସ୍ପେଶାଲ ବ୍ରାଞ୍ଚ ଏସ୍‌ଆଇ ସୁବାସ ଚନ୍ଦ୍ର ନାଏକ, ବିଏସ୍‌ପିଏ ଡେପୁଟି ସୁବେଦାର ବୁଧି ଭାଦୂର ଥାପା, ଓଏସ୍‌ଏପି ହାବିଲଦାର ବୁଦ୍ଧ ସିଂ ଗୁରୁଙ୍ଗ, ରାଉରକେଲାରେ ଅବସ୍ଥାପିତ କ୍ରାଇମ୍‌ ହାବିଲ୍‌ଦାର ସରୋଜ କୁମାର ଭୋଇ, ଓଏସ୍‌ଏପି ୪ର୍ଥ ବାଟାଲିୟନ୍‌ ସିପୟ ରଥ ଲାକ୍ରା, ନୟାଗଡ଼ରେ ଅବସ୍ଥାପିତ କନଷ୍ଟେବଲ ପ୍ରତିମା ରାଉତ, ଭୁବନେଶ୍ଵରରେ ଅବସ୍ଥାପିତ ସୁରକ୍ଷା ୱିଙ୍ଗ୍‌ ସିପାହି ସୁଶାନ୍ତ କୁମାର ମାଝି।

ଏହି ନାଁ ଘୋଷଣା ଅବସରରେ ଡିଜିପି ଅଭୟ ସମସ୍ତ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କୁ ଅଭିବାଦନ ଜଣାଇଛନ୍ତି। 

Leave a Reply

Your email address will not be published. Required fields are marked *