ଦାନରେ ଶ୍ରଦ୍ଧାଳୁ ଦେଲେ ୩୫ କେଜି ସୁନା
ମୁମ୍ବାଇ(ଓଟି): ଧନୀ ଓ ଦୟାବାନ ବ୍ୟକ୍ତିମାନେ ବିଭିନ୍ନ ସମୟରେ ଦାନଧର୍ମ କରୁଥିବା ଆମେ ଶୁଣି ଆସିଛେ। ବିଭିନ୍ନ ଧର୍ମାନୁଷ୍ଠାନ ଓ ଅସହାୟଙ୍କୁ ଲୋକେ ଦାନ କରିଥାନ୍ତି। ତେବେ ଜଣେ ସାଧାରଣ ଭାବେ କେତେ ମୂଲ୍ୟ ଦାନ କରିପାରେ? ଜଣଙ୍କ ଭାବନାଠାରୁ ନିହାତି ଅଲଗା କଥା ଆମ କହୁଛୁ। ହଁ… ଈଶ୍ଵରଙ୍କ ନାଁରେ ଜଣେ ବ୍ୟକ୍ତି ୩୫ କେଜି ସୁନା ଅର୍ଥାତ୍ ପ୍ରାୟ ୧୪ କୋଟି ଟଙ୍କା ଦାନ କରିଦେଇଛନ୍ତି।
ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଶ୍ରଦ୍ଧାଳୁ ଏଭଳି ଦାନ କରିଥିବା ଜଣାପଡ଼ିଛି। ଦାନ କରାଯାଇଥିବା ଏହି ସୁନାକୁ ମନ୍ଦିରର କବାଟ ଓ ଅନ୍ୟ ସ୍ଥାନରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଦେଶ ବାନ୍ଦେକର କହିଛନ୍ତି ଯେ ଦାନ ଦେଇଥିବା ଭକ୍ତଙ୍କ ପରିଚୟ ପ୍ରକାଶ କରିବାକୁ ସେ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ସିଦ୍ଧିବିନାୟକ ମନ୍ଦିରକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଦାନ ସୂତ୍ରରେ ମିଳୁଥିବାବେଳେ ଜଣେ ବ୍ୟକ୍ତି ଏଭଳି ଦାନ କରିବା ବିରଳ। ଅନ୍ୟପକ୍ଷରେ ଦାନରେ ମିଳିଥିବା ଅର୍ଥକୁ ଅଦ୍ୟାବଧି ୨୦ ହଜାର ଲୋକଙ୍କୁ ସାହାଯ୍ୟ କରାଯାଇଥିବା ଶ୍ରୀ ବାନ୍ଦେକର ପ୍ରକାଶ କରିଛନ୍ତି।