ବରଗଡ଼ରେ ଖୋଲିବ କ୍ୟାନ୍ସର ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ସର୍ବାଧିକ କ୍ୟାନ୍ସର ପଅଭାବିତ ଜିଲ୍ଲା ଭାବରେ ପରିଚିତ ବରଗଡ଼ରେ କ୍ୟାନ୍ସର ଚିକିତ୍ସା ପାଇଁ ସ୍ଵତନ୍ତ୍ର ହସ୍‌ପିଟାଲ୍‌ ଖୋଲାଯିବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ହସ୍‌ପିଟାଲ୍‌ ଖୋଲିବ ବୋଲିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ମିନଳୀରେ ପ୍ରକାଶ କରିଛନ୍ତି। ମୁଖ୍ୟ ଚିକିତ୍ସାଳୟରେ ୬ ମହଲା ବିଶିଷ୍ଟ ଏକ କୋଠାକୁ ଉଦ୍‌ଘାଟାନ କରିବା ଅବସରରେ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ୩୦୦ ଶଯ୍ୟା ବିଶିଷ୍ଟ ଏହି ନୂଆ ହସ୍‌ପିଟାଲ୍‌ କୋଠା ନିର୍ମାଣରେ ୪୫ କୋଟି ଟଙ୍କା ଖର୍ଚ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଏକ ଦିନିକିଆ ଗସ୍ତରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବରଗଡ଼ ଯାଇଥିଲେ। ସେଠାରେ ୭୦ କୋଟି ଟଙ୍କାର ୭ ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହ ୬୦ କୋଟି ଟଙ୍କା ନିବେଶରେ ନିର୍ମାଣ ହେବାକୁ ଥିବା ୨୨ଟି ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଥିଲେ। 

 

Leave a Reply

Your email address will not be published.