ପାଣିରେ ଚାଲିଗଲା ଦୁଇ ଛାତ୍ରଙ୍କ ପ୍ରାଣ

ସମ୍ବଲପୁର: ସମସ୍ତଙ୍କ ଭଳି ସେମାନେ ବି ବେଶ୍ ହସଖୁସିରେ ଥିଲେ । ସାଙ୍ଗମାନଙ୍କ ଗହଣରେ ପିକ୍‌ନିକ୍‌ର ମଜା ଉଠାଉଥିଲେ । ତେବେ ଗାଧୋଇବାକୁ ଯାଇଥିବା ଜଣେ ପାଣିରେ ବୁଡ଼ିଯାଉଥିବା ଦେଖି ଆଉଜଣେ ସାଙ୍ଗ ଉଦ୍ଧାର କରିବାକୁ ଯାଇଥିବାବେଳେ ଉଭୟଙ୍କ ପ୍ରାଣ ଚାଲିଯାଇଛି । ଏଭଳି ଦୁର୍ଘଟଣା ସମ୍ବଲପୁର ଜିଲ୍ଲାରେ ଘଟିଛି । ମୃତକମାନେ ହେଲେ ବୁର୍ଲା ଭିସୁଟ୍ ଇଞ୍ଜିନିୟରିଂ କଲେଜ କମ୍ପ୍ୟୁଟର୍ ସାଇନ୍ସ ତୃତୀୟ ବର୍ଷର ଛାତ୍ର ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ । ସମ୍ପୃକ୍ତ ବିଭାଗର ପିଲାମାନେ ଆଜି ଦେବଝରଣ ୱାଟର୍ ଫଲ୍ ନିକଟକୁ ପିକ୍‌ନିକ୍ କରିବାକୁ ଯାଇଥିଲେ । ତେବେ ସୌମ୍ୟ ଓ ଅଭିଜିତ୍ ଗାଧୋଇବାକୁ ଯାଇଥିବାବେଳେ ଜଣେ ବୁଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟଜଣେ ମଧ୍ୟ ଫେରିପାରିନଥିଲେ । ସୌମ୍ୟ ଭୋପାଳ ଅଞ୍ଚଳର ଓ ଅଭିଜିତ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.