ଆଜି ଜିଲ୍ଲାପାଳ ସମ୍ମିଳନୀ
ଭୁବନେଶ୍ଵର, (ଓଟି): ରାଜ୍ୟ ଓ ଜିଲ୍ଲା ପ୍ରଶଶସନ ଭିତରେ ସମନ୍ବୟ ସ୍ଥାପନ ତଥା ସରକାରୀ ନୀତି ଅନୁପାଳନକୁ ତ୍ଵରାନ୍ବିତ କରିବା ଲକ୍ଷ୍ୟରେ ଶୁକ୍ରବାର ଆୟୋଜନ ହେବ ଜିଲ୍ଲାପଳ ସମ୍ମିଳନୀ। ଏହି ସମ୍ମିଳନୀରେ ବିଭାଗୀୟ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ମନ୍ତ୍ର ଦେବେ । ବିଶେଷ କରି ମୋ ସରକାର ଏବଂ ୫-ଟି ନୀତି ଏହି ସମ୍ମିଳନୀରେ ପ୍ରମୁଖ ଅଙ୍ଗ ପାଲଟିବ ବୋଲି ଆଶା କୀାଯାଇଛଇ।
ଲୋକସେବା ଭବନର ନବନିର୍ମିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ହୋଇଥିବାରୁ ପ୍ରଶାସନିକ ମହଲରେ ଏହାକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି। ଗତ କିଛି ମାସ ହେଲା ସରକାରଙ୍କ ଫୋକସ୍ରେ ‘୫-ଟି’ ଓ ‘ମୋ ସରକାର’ ରହୁଥିବାରୁ ଏହାକୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁ ମନ୍ତ୍ର ଦେବେ ବୋଲି କୁହାଯାଉଛି।